ଅଜବ ଲୁଟ, ୬୦ ଫୁଟ୍‌ ବ୍ରିଜି ଚୋରିକରି ନେଇଗଲେ ଚୋର

By

Published : Apr 8, 2022, 10:48 PM IST

Updated : Feb 3, 2023, 8:22 PM IST

thumbnail
ପାଟନା: ବିହାରରେ ଦେଖିବାକୁ ମିଳିଛି ଅଜବ ପ୍ରକାରର ଚୋରି । ତେବେ ବିହାରରେ ରୋହତାସ ଜିଲ୍ଲାରେ ଦେଖିବାକୁ ମିଳିଛି ଗଜବ ରୋରି ଘଟଣା । ମାତ୍ର ଚୋରମାନେ ଏଠାରେ ଏକ ୬୦ ଫୁଟ୍‌ ଲମ୍ବ ଏବଂ ୨୦ ଟନ ଲୁହା ବ୍ରିଜର ଲୁହାକୁ ଚୋରି କରି ନେଇଯାଇଥିଲେ । ସେହିପରି ସବୁ ଠାରୁ ବଡ଼ କଥା ହେଉଛି, ଚୋରମାନେ ଦୀପାବଳିରେ ଏହି ଆଶ୍ଚର୍ଯ୍ୟଜନକ ଚୋରି ଘଟଣା ଘଟାଇଥିଲେ । ହେଲେ ସ୍ଥାନୀୟ ଅଧିକାରୀ ଏ ବିଷୟରେ ଜାଣି ନଥିଲେ । ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେହିଭଳି ବ୍ରିଜ ଚୋରିର ଏହି ଘଟଣା ବିହାରର ରୋହତାସ ଜିଲ୍ଲାର ନାସିରିଗଞ୍ଜ ପୋଲିସ ଷ୍ଟେସନ ଅମିଆଭାରରେ ହୋଇଥିବା ବେଳେ କିଛି ଲୋକ ଜଳସେଚନ ବିଭାଗର ଅଧିକାରୀ ଭାବରେ ନିଜକୁ କହିବା ସହ କେନାଲ ଉପରେ ଥିବା ପୁରୁଣା ଲୁହା ବ୍ରିଜକୁ କାଟି ପକାଇବା ଆରମ୍ଭ କରିଥିଲେ । ତେବେ ଚୋରମାନେ ଗ୍ୟାସ କଟର ସାହାଯ୍ୟରେ ବ୍ରିଜକୁ କାଟି ଦେଇଥିଲେ । ଏହାକୁ ଜେସିବି(JCB) ସାହଯ୍ୟରେ ଗାଡିରେ ଲୋଡ୍ କରି ନେଇଯାଇଥିଲେ । ଅନ୍ୟପଟେ ଚୋରି ଘଟଣା ସମ୍ପର୍କରେ ଜାଣିବା ପରେ ଜଳସେଚନ ବିଭାଗ ଏସଡିଓ(SDO) ରାଧେଶ୍ୟାମ ସିଂଙ୍କ ନିର୍ଦ୍ଦେଶରେ ବିଭାଗୀୟ ଜେଇ(JE) ଅର୍ଶଦ କମଲ ଶାମଶି ସ୍ଥାନୀୟ ପୋଲିସ ଷ୍ଟେସନରେ ଅଜ୍ଞାତ ଚୋର ବିରୋଧରେ ଏଫଆଇଆର ଦେଇଛନ୍ତି । ଏନେଇ ଜେଇ କହିଛନ୍ତି ଯେ, ଏଫଆଇଆର ପଞ୍ଜୀକରଣ କରିବା ପରେ ବିଭାଗୀୟ ବରିଷ୍ଠ ଅଧିକାରୀ, ଜୁନିଅର ଡିଭିଜନାଲ ଇଞ୍ଜିନିୟର ଏବଂ କାର୍ଯ୍ୟନିର୍ବାହୀ ଇଞ୍ଜିନିୟରଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏଥିସହ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.