Municipal Election: ଭୋଟ ଦେଲେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ - ପ୍ରସନ୍ନ ଆଚାର୍ଯ୍ୟ ଦେଲେ ଭୋଟ
🎬 Watch Now: Feature Video
ବରଗଡ: ସାରା ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନ ନେଇ ମତଦାନ | ସକାଳ 8 ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲାର 4 ଟି ସ୍ଥାନରେ ଚାଲିଛି NAC ଏବଂ ପୌର ନିର୍ବାଚନ ପାଇଁ ଏହି ମତଦାନ | ବରପାଲି , ବିଜେପୁର ଏବଂ ପଦ୍ମପୁର NAC ରେ ଏବଂ ବରଗଡ ପୌର ପରିଷଦରେ ରହିଥିବା ସମୁଦାୟ 121 ଗୋଟି ବୁଥରେ ମତଦାନ ଚାଲିଥିବାବେଳେ ବରଗଡ ପୌର ପରିଷଦ ଅଞ୍ଚଳର 74 ଗୋଟି ବୁଥରେ ମତ ଦାନ ଜାରିରହିଛି | ଏହି ଅବସରରେ ବରଗଡ ପୌର ପରିଷଦ ଅନ୍ତର୍ଗତ 16 ନମ୍ବର ୱାର୍ଡରେ ନିଜର ମତଦାନ କରିଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ | 61 ନମ୍ବର ବୁଥରେ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର ଭୋଟ ଦେଇଥିବାବେଳେ ପଞ୍ଚାଯତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡି ଦଳକୁ ଲୋକେ ଆଶୀର୍ବାଦ କରିବେ ବୋଲି କହିଛନ୍ତି । ବରଗଡରୁ ରାଜେଶ ସରାପ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST