Zila Samiti Protest: ବଲାଙ୍ଗୀରରେ ଜିଲ୍ଲା ସମିତି ସଭ୍ୟ ସଂଘର ଆନ୍ଦୋଳନ - ବଲାଙ୍ଗୀର ଖବର
🎬 Watch Now: Feature Video
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସମିତି ସଭ୍ୟ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ସୁବିଧା ସୁଯୋଗ ମିଳୁନି । ସେମାନଙ୍କୁ ଉପେକ୍ଷିତ କରାଯାଉଥିବା ଅଭିଯୋଗ କରି ଜିଲ୍ଲା ସମିତି ସଭ୍ୟ ସଂଘ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଛି । ଏଥିରେ ବଲାଙ୍ଗୀର ଜିଲ୍ଲାର ଶତାଧିକ ସମିତି ସଭ୍ୟ ସାମିଲ ହୋଇଥିଲେ । ଏମାନେ ବିକ୍ଷୋଭକାରୀମାନେ କୋଶଳ କଳାମଣ୍ଡଳରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସମିତି ସଭ୍ୟକୁ ସମ୍ମାନ, ସୁରକ୍ଷା ଭଳି ୧୦ ଦଫା ଦାବିରେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିିଥିଲେ ଏବଂ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ସାମ୍ବାଦିକଙ୍କ ଧାରଣା, ବିଜେପି-କଂଗ୍ରେସ ସାମିଲ
ଜିଲ୍ଲା ସମିତି ସଭ୍ୟ ଓ ସଭ୍ୟା ସଂଘ ସଭାପତି ଗୋଲାପ ବାଗ କହିଛନ୍ତି ଯେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଥିବା ସୁବିଧା ସୁଯୋଗ ସମିତି ସଭ୍ୟମାନେ ପାଉନାହାନ୍ତି । ସେମାନେ ଏଠାରେ ଉପେକ୍ଷିତ ହେଉଛନ୍ତି । ସେଥିପାଇଁ ସମିତି ସଭ୍ୟମାନଙ୍କୁ ସମ୍ମାନ ଓ ସୁରକ୍ଷା ଆଦି ୧୦ ଦଫା ଦାବି କରିଛନ୍ତି ଓ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ବୁଝି ଦାବି ପୂରଣ କରିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ତେବେ ଜନ ପ୍ରତିନିଧିଙ୍କୁ କିଏ ଉପେକ୍ଷା କଲା ? ସେମାନେ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି କି ? ଜନତାଙ୍କ ସେବା ପାଇଁ ନିର୍ବାଚିତ ହୋଇଥିବା ଏହି ଜନ ପ୍ରତିନିଧିଙ୍କ ହାତ ବନ୍ଧା ହେଉଛି କି ? ଜିଲ୍ଲା ସମିତି ସଭ୍ୟଙ୍କ ଆନ୍ଦୋଳନରୁ ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଯେଉଁଥିରେ ପୂର୍ବରୁ ଅଫିସରରାଜର ଅଭିଯୋଗ ଆସୁଥିବା ବେଳେ ଏମାନଙ୍କ ଆନ୍ଦୋଳନ ତାହା ପାଇଁ ନୁହେଁ ତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଇଟିଭି ଭାରତ, ବଲାଙ୍ଗୀର