ରଖେ ହରି ତ ମାରେ କିଏ, ଭୁଲ ବଗିରେ ଚଢ଼ି ଅଳ୍ପକେ ବର୍ତ୍ତିଲେ ଶୁଭ୍ରାଂଶୁ - କରମଣ୍ଡଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ

🎬 Watch Now: Feature Video

thumbnail

By

Published : Jun 9, 2023, 7:55 PM IST

ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ଚାଲିଗଲା ଅନେକଙ୍କ ପ୍ରାଣ । ଏଥିରେ 1000ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ କିଛି ଜଣ ଏବେ ସୁସ୍ଥ ହୋଇ ଘରକୁ ଫରୁଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦୁଧହଂସା ଗ୍ରାମର ଗୌରାଙ୍ଗ ବେହେରାଙ୍କ ଏକମାତ୍ର ପୁଅ ଶୁଭ୍ରାଂଶୁ ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେବାପରେ ଏବେ ଘରକୁ ଫେରିଛନ୍ତି । ଗତ ଶୁକ୍ରବାର 2 ତାରିଖରେ ଶୁଭ୍ରାଂଶୁ ତାଙ୍କ ମାମୁଁଙ୍କ ସହ ଆନ୍ଧ୍ରପ୍ରଦେଶର ବିଜୟୱାଡା ବୁଲିବାକୁ ଯିବାପାଇଁ ବାଲେଶ୍ଵର ଷ୍ଟେସନରୁ କରମଣ୍ଡଳ ଏକ୍ସପ୍ରେସରେ ଚଢିଥିଲେ । ମାମୁଁ ଏବଂ ଭଣଜା ରିଜର୍ଭେସନ ଟିକେଟ କରିଥିଲେ ମଧ୍ୟ ପ୍ରବଳ ଭିଡ଼ରେ କୋଚ୍‌କୁ ଉଠି ନ ପାରି ଇଞ୍ଜିନ ପାଖ ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ଚଢିଥିଲେ । ଟ୍ରେନରେ ବସିବା ପରେ ଶୁଭ୍ରାଂଶୁ ମାଆଙ୍କୁ ଫୋନ କରି ଜଣାଇଥିଲେ ଯେ, ସେ ଟ୍ରେନରେ ବସି ସାରିଛନ୍ତି ବୋଲି । ମାତ୍ର 5 ମିନିଟ ଭିତରେ ଟ୍ରେନ ଦୁର୍ଘଟଣା ହୋଇଥିବା ବେଳେ ଶୁଭ୍ରାଂଶୁଙ୍କ ପରିବାର ଲୋକେ ଏହି ଖବର ପାଇ ଚିନ୍ତିତ ହୋଇ ଯାଇଥିଲେ । ପରେ ଜାଣିବାକୁ ପାଇଥିଲେ, ଶୁଭ୍ରାଂଶୁ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବାରୁ ମାଆ ଈଶ୍ବରଙ୍କୁ ଧନ୍ୟବାଦ ଜଣାଉଛନ୍ତି । 

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.