4 ଶହୀଦଙ୍କୁ ଶେଷ ସମ୍ମାନ ଦେଲା ସେନା, ଦେଖନ୍ତୁ ଭିଡିଓ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 24, 2023, 5:04 PM IST

ଶ୍ରୀନଗର: ଦକ୍ଷିଣ-କାଶ୍ମୀର ରଜୌରୀରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା 4 ଯବାନଙ୍କୁ ଆଜି ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି । ନର୍ଥନ-ଆର୍ମି କମାଣ୍ଡର ଲେଫନାଣ୍ଟ୍‌ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସମେତ ବହୁ ବରିଷ୍ଠ ସେନା ଓ ସ୍ଥାନୀୟ ପୋଲିସର ଅଧିକାରୀ ଶହୀଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ଶହୀଦଙ୍କ ପ୍ରାର୍ଥୀବ ଶରୀର ସେମାନଙ୍କ ପୈତୃକ ଗ୍ରାମକୁ ପଠାଯିବ । ସେଠାରେ ସମ୍ପୂର୍ଣ୍ଣ ଗାର୍ଡ ଅଫ୍‌ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହେବ । 

ଘାଟିରେ କିଛି ଦିନ ହେବ ଆତଙ୍କୀ ଆକ୍ରମଣ ବଢ଼ିବାରେ ଲାଗିଛି । ନିକଟରେ ରଜୌରୀରେ ସେନାର ଏକ ଜିପ୍‌ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଯେଉଁଥିରେ 4 ଯବାନ ଶହୀଦ ହୋଇଥିଲେ । ଅନ୍ୟ କିଛି ଆହତ ମଧ୍ୟ ହୋଇଥିଲେ । ଏହାପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏବେ ଘାଟିରେ ସୁରକ୍ଷାକୁ ବଢାଯାଇଛି । ଦେଖନ୍ତୁ ଭିଡିଓ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.