ବିଶ୍ବକପ 2023 ଫାଇନାଲ: ଭାରତୀୟ ଦଳକୁ CRPF ଯବାନଙ୍କ ଚିୟରଅପ୍‌, କହିଲେ ଜିତେଗା ଭାଇ ଜିତେଗା...

By ETV Bharat Odisha Team

Published : Nov 19, 2023, 1:05 PM IST

Updated : Nov 19, 2023, 1:11 PM IST

thumbnail

ଶ୍ରୀନଗର: ଆଉ ମାତ୍ର ଗୋଟିଏ ଘଣ୍ଟାର ଅପେକ୍ଷା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଆଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ ବିଶ୍ବକପ 2023 ମହାମୁକାବିଲା ଆରମ୍ଭ ହେବ । ଏ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।ସମୟ ଯେତିକି ପାଖଉଛି ଉତ୍କଣ୍ଠା ବଢୁଛି । ଷ୍ଟାଡିୟମ ଆଗରେ ଲାଗିଲାଣି ଫ୍ୟାନ୍ସଙ୍କ ଗହଳି । ଟିମ ଇଣ୍ଡିଆର ବିଜୟ ମନାସୀ ପ୍ରାର୍ଥନା ପୂଜାର୍ଚ୍ଚନା ଜାରି ରହିଛନ୍ତି । ଭାରତୀୟ କ୍ରିକେଟ ଦଳକୁ ଚିୟରଅଫ କରୁଛନ୍ତି ଫ୍ୟାନ୍ସ । ଘରୋଇ ମାଟିରେ ଫାଇନାଲ ଜିତି ତୃତୀୟ ଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା । ଏନେଇ ଭାରତୀୟ ଦଳକୁ ଜମ୍ମୁକାଶ୍ମୀର CRPF ଯବାନ ଚିୟରଅପ୍‌ କରିଛନ୍ତି । ହାତରେ ଜାତୀୟ ପତାକା ଧରି ଚକ ଦେ ଇଣ୍ଡିଆ ଜିତେଗା ଭାଇ ଜିତେଗା ଇଣ୍ଡିଆ ଜିତେଗା ନାରା ଦେଉଛନ୍ତି । ଦେଖନ୍ତୁ ଭାରତୀୟ ଦଳକୁ CRPF ଯବାନଙ୍କ ଚିୟରଅପ୍‌ର ଭିଡିଓ ।

Last Updated : Nov 19, 2023, 1:11 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.