ସଂକ୍ରମଣ ନିୟନ୍ତ୍ରଣ ଓ ପ୍ରାରମ୍ଭିକ ନିରାକରଣକୁ ନେଇ କୋରାପୁଟରେ ଜାତୀୟ କର୍ମଶାଳା

By ETV Bharat Odisha Team

Published : Sep 30, 2023, 12:14 PM IST

thumbnail

କୋରାପୁଟ: ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରାରମ୍ଭିକ ନିରାକରଣ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଥିବା ମାଇକ୍ରୋବାୟୋଲୋଜି ବିଭାଗ ଆନୁକୂଲ୍ୟରେ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ଆସିଥିବା ଡାକ୍ତର, ବିଶେଷଜ୍ଞ ତଥା ଛାତ୍ରଛାତ୍ରୀ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ କିପରି ସମୟୋଚିତ ଲକ୍ଷଣ ନିରୂପଣ କରିହେବ ସେ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ମାଇକ୍ରୋବାୟୋଲୋଜି ମାଇକ୍ରୋସ୍କୋପିକ ଜୀବମାନଙ୍କର ଜୀବବିଜ୍ଞାନର ଅଧ୍ୟୟନ ହୋଇଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୂତାଣୁ, ଜୀବାଣୁ, ଫଙ୍ଗସ ଓ ପ୍ରୋଟୋଜୋଆ ଭଳି ବିଭିନ୍ନ ଅଣୁଜୀବ ସମ୍ପର୍କରେ ଗବେଷଣା ପ୍ରତି ଆଗ୍ରହ ସୃଷ୍ଟି କରିବାର ପ୍ରୟାସ ଜାରି ରହିଛି । ଏହି ସୂକ୍ଷ୍ମ ଅଧ୍ୟୟନ ଏବଂ ପରିଚାଳନା ପାଇଁ ବ୍ୟବହୃତ ପଦ୍ଧତି ଗୁଡିକ ଏବଂ ଅଧିକାଂଶ ଅଣସେଲୁଲାର୍ ଜୀବମାନେ ଅନ୍ୟାନ୍ୟ ଜୈବିକ ଅନୁସନ୍ଧାନରେ ବ୍ୟବହୃତ ପଦ୍ଧତି ଠାରୁ ଭିନ୍ନ ହୋଇଥିବା ଯୋଗୁଁ ଏହି ଜାତୀୟ ସମ୍ମିଳନୀ ଏଠାକାର ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଇଁ ଏକ ମାଇଲ ଖୁଣ୍ଟ ହୋଇପାରିଥିବା କହିଥିଲେ ପ୍ରଫେସର ସୁଶାନ୍ତ ସାହୁ ।

ଏହାମଧ୍ୟ ପଢନ୍ତୁ.. କଲେଜ ଅଧ୍ୟକ୍ଷଙ୍କ ଦିଗଦର୍ଶନ କର୍ମଶାଳା: ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ କରିବାକୁ ଲକ୍ଷ୍ୟ

ଆୟୋଜିତ ଏହି ସଭାରେ ଚଣ୍ଡୀଗଡ଼ ସ୍ଥିତ ବିଶିଷ୍ଟ ଗବେଷଣା କେନ୍ଦ୍ର ପିଜିଆଇଏମଇଆରର ପ୍ରଫେସର ରାଧାକାନ୍ତ ରଥ ନିଜ ବକ୍ତବ୍ୟରେ ଜଳ ଜନିତ ଭାଇରାଲ୍ ହେପାଟାଇଟିସ୍ ଏବଂ ଏ ଦିଗରେ ସାମ୍ପ୍ରତିକ ଆହ୍ଵାନ ଓ ଏହା ଉପରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ସମାବେଶରେ ବିଶିଷ୍ଟ ଗବେଷକ, ଡାକ୍ତର ଓ ଛାତ୍ରଛାତ୍ରୀ ଯୋଗଦେଇ ରକ୍ତ ପ୍ରବାହ ସଂକ୍ରମଣରେ ଶୀଘ୍ର ନିରାକରଣ ଅଗ୍ରଗତି ଏବଂ ଆହ୍ଵାନ ସମ୍ପର୍କରେ ଚର୍ଚ୍ଚା କରିଥିଲେ ।


ଇଟିଭି ଭାରତ, କୋରାପୁଟ 
 

TAGGED:

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.