ବର୍ଷା ଜଳରେ କାର ସହ ଭାସିଗଲେ ମହିଳା, ଉଦ୍ଧାର କଲେ ସ୍ଥାନୀୟ ଯୁବକ - ବରିୟାଣା ବନ୍ୟା ଖବର

🎬 Watch Now: Feature Video

thumbnail

By

Published : Jun 25, 2023, 10:55 PM IST

ଚଣ୍ଡିଗଡ: ହରିୟାଣାର ପଞ୍ଚକୁଲାର ମଙ୍ଗୋଲିରେ ପ୍ରବଳ ବର୍ଷା ଫଳରେ ଜଳସ୍ରୋତରେ ଜଣେ ମହିଳା କାର ସହ ଭାସିଯାଇଥିଲେ । ହେଲେ ସୌଭାଗ୍ୟବଶତଃ ମହିଳାଙ୍କ ଜୀବନ ରକ୍ଷା କରାଯାଇପାରିଛି । ସ୍ଥାନୀୟ ଯୁବକଙ୍କର ଏକ ଗୋଷ୍ଠୀ ଅତ୍ୟନ୍ତ ସାହସିକତାର ସହ ପ୍ରବଳ ଜଳସ୍ରୋତରେ କାରରେ ଦଉଡି ବାନ୍ଧି ମହିଳାଙ୍କୁ ଆସନ୍ନ ମୃତ୍ୟୁମୁଖରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । କାର ଭାସିଯିବା ଓ ଉପସ୍ଥିତ ଯୁବକଙ୍କର ସାହସିକତାର ସହ ଉଦ୍ଧାର ଅପରେସନର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପ୍ରାୟ 10 ରୁ ଅଧିକ ସ୍ଥାନୀୟ ଯୁବକ ଅତି ଆହ୍ବାନପୂର୍ଣ୍ଣ ସ୍ଥିତିରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ହରିୟାଣାରେ ପ୍ରବଳ ବର୍ଷା ପରେ କିଛି ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଫଳରେ ବନ୍ୟା ସ୍ଥିତି ସହ ଭୂସ୍ଖଳନ ହୋଇଛି । ଏବେ ମୌସୁମୀ ସକ୍ରିୟ ହେବା ସହ ବର୍ଷାର ପରିମାଣ ବଢିବାରେ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.