ସୈତାନ ସାଜିଲା ମାଆ; ୨୦ଦିନର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣିଲା, ୪ବର୍ଷ ପୂର୍ବେ ଝିଅକୁ ହତ୍ୟା କରିଥିଲା
🎬 Watch Now: Feature Video
କେନ୍ଦୁଝର: ଜନ୍ମଦାତ୍ରୀ ସାଜିଲା ନିଜ ସନ୍ତାନର ହତ୍ୟାକାରୀ । ଘଟାଇଲା ଜଘନ୍ୟ କାଣ୍ଡ । ୪ ବର୍ଷ ଅନ୍ତରେ ନିଜ ଦୁଇ ସନ୍ତାନର ନେଲା ମୁଣ୍ଡ । ୪ ବର୍ଷ ପୂର୍ବେ ପ୍ରଥମ ସନ୍ତାନ ୧ ବର୍ଷୀୟ ଝିଅକୁ ପାଣିରେ ବୁଡାଇ ମାରିଦେବା ପରେ ଆଜି 20 ଦିନର ଶିଶୁକୁ ଗଳାକାଟି ହତ୍ୟା କଲା । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିମଳା ପଞ୍ଚାୟତ ନମକାନି ଜୁଆଙ୍ଗ ସାହିରେ ଏଭଳି ନୃଂଶସ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ନମକାନି ଜୁଆଙ୍ଗ ସାହିର ଗୁରୁ ଜୁଆଙ୍ଗ ଦ୍ବିପହର ସମୟରେ ଘର ଭିତରେ ଶୋଇଥିଲେ । ହଠାତ କଅଁଳା ଶିଶୁର ଚିତ୍କାର ଶୁଣି ବାହାରକୁ ଆସି ଦେଖିବା ବେଳକୁ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଜୁଆଙ୍ଗ ଏକ ଟାଙ୍ଗିଆରେ ଅତି ନିର୍ଦ୍ଦୟ ଭାବେ ଶିଶୁକୁ ହାଣି ହତ୍ୟା କରିଛି । ଲକ୍ଷ୍ମୀ ମାନସିକ ବିକୃତ ଥିବା ବେଳେ ୨୦ ଦିନ ପୂର୍ବେ ଏକ ଶିଶୁପୁତ୍ର ଜନ୍ମ କରିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ହତ୍ୟାକାରୀ ମାଆ ଲକ୍ଷ୍ମୀକୁ ଗିରଫ କରିଛି । ପ୍ରଥମ ଶିଶୁକୁ ହତ୍ୟା କରି ଲକ୍ଷ୍ମୀରେ ଜେଲରେ ଥିଲା । ଦୁଇ ବର୍ଷ ପରେ ଫେରିବା ପରେ ଦ୍ବିତୀୟ ସନ୍ତାନକୁ ହତ୍ୟା କରିଛି ।
ଇଟିଭି ଭାରତ, କେନ୍ଦୁଝର