Manipur Violence: ହିଂସାକାଣ୍ଡ ନେଇ ଶୁଣନ୍ତୁ କଣ କହୁଛନ୍ତି ମଣିପୁର ଛାତ୍ର

By

Published : Jul 22, 2023, 11:21 PM IST

Updated : Jul 23, 2023, 7:30 AM IST

thumbnail

ମୁମ୍ବାଇ: ମଣିପୁର ହିଂସାକାଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା । ଜାତିଆଣ ବିବାଦ ଏବେ ଉଗ୍ରରୂପ ଧାରଣ କରିଛି । ଏଯାଏଁ ସ୍ଥିତି ନିୟନ୍ତ୍ରଣକୁ ଆଣିବାରେ ଅସଫଳ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ତେବେ ଏହି ହିଂସାକାଣ୍ଡ କଣ ପାଇଁ ଘଟୁଛି ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ପୁଣେ ସହରରେ ରହି ପାଠ ପଢୁଥିବା ମଣିପୁର ଛାତ୍ର । ତାଙ୍କ କହିବା ଅନୁସାରେ ୨ଟି ସମ୍ପ୍ରଦାୟ ମଧ୍ୟରେ ଉପୁଜିଥିବା ବିବାଦକୁ ନେଇ ଏବେ ସାରା ରାଜ୍ୟ ଜଳୁଛି । ରାଜ୍ୟ ବଦନାମ ମଧ୍ୟ ହେଉଛି ।

ଯାହାକୁ ନେଇ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ଅନେକ ସମୟରେ ମିଥ୍ୟା ଖବରକୁ ନେଇ ମଧ୍ୟ ୨ ସମ୍ପ୍ରଦାୟ ମଧ୍ୟରେ ବିବାଦ ଉପୁଜିଥାଏ ବୋଲି ସେ କହିଛନ୍ତି । ବେଳେ ବେଳେ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଦଙ୍ଗା ହେଉଥିବା ଖବର ଶୁଣିବାକୁ ମିଳେ, ଯାହାକୁ ଛାତ୍ର ଜଣକ ମିଥ୍ୟା ବୋଲି କହିଛନ୍ତି । ଏହି ବିବାଦ କେବଳ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବୋଲି ସେ କହିଛନ୍ତି । ନିଜ ପରିବାର ସମ୍ପର୍କରେ ଚିନ୍ତା ପ୍ରକଟ କରିବା ସହ ଖୁବଶୀଘ୍ର ରାଜ୍ୟବାସୀ ଶାନ୍ତି ବଜାୟ ରଖିବାକୁ ସେ ଆହ୍ବାନ ମଧ୍ୟ କରିଛନ୍ତି । 

Last Updated : Jul 23, 2023, 7:30 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.