ଭୁବନରେ ପହଞ୍ଚିଲା ପୁରୀ ନନ୍ଦିଘୋଷ ରଥର ଚକ - puri shree mandir
🎬 Watch Now: Feature Video
Published : Dec 20, 2023, 9:54 PM IST
ଢେଙ୍କାନାଳ: ଭୁବନରେ ପହଞ୍ଚିଲା ପୁରି ନନ୍ଦିଘୋଷ ରଥର ଚକ । ପୁରୀ ରଥଯାତ୍ରାର ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଗୋଟିଏ ଚକ ଭୁବନରେ ପହଞ୍ଚିଛି । ପୁରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ତତ୍ତ୍ବାବଧାନରେ ନନ୍ଦିଘୋଷ ରଥର ଗୋଟିଏ ଚକା ଓ ଗୋଟିଏ ଭୁଜ ଭୁବନ ପଠାଇଥିଲେ । ଆଜି(ବୁଧବାର) ଏହା ଭୁବନରେ ପହଞ୍ଚିଛି । ନନ୍ଦିଘୋଷ ରଥର ଚକା ଗାଁରେ ପହଞ୍ଚିବା ପରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଭୁବନର ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଗଣେଷ ମେଲଣ କମିଟିର ଉଦ୍ୟମରେ ଏହାକୁ ଅଣାଯାଇଛି ।ତେବେ ରଥର ଚକା ଗାଁରେ ପହଞ୍ଚିବା ପରେ ବାଟରେ ସାହାଣଦେଇ ଠାକୁରାଣିଙ୍କ ନିକଟରୁ ସଙ୍କୀର୍ତ୍ତନ ମଣ୍ଡଳି ତାଳେତାଳେ ସ୍ୱାଗତ କରାଯାଇଥିଲା ।ଏହାସହ ସହର ପରିକ୍ରମା କରାଯାଇ ବାବା ବୁଦ୍ଧେଶ୍ବରଙ୍କ ମନ୍ଦିର ପରିସରରେ ସ୍ଥାପନା କରାଯାଇଥିଲା । ଚକ ଆସିଥିବା ସମୟରେ ବ୍ୟାପକ ପୋଲିସ ମୁତୟନ ହେବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ନନ୍ଦିଘୋଷ ରଥର ଚକକୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ....ମହାପ୍ରଭୁଙ୍କୁ 1କେଜିରୁ ଅଧିକ ସୁନା ଓ ରୂପା ଅଳଙ୍କାର ଦାନ କଲେ ଗୁଜୁରାଟୀ ଭକ୍ତ
ଇଟିଭା ଭାରତ, ଢେଙ୍କାନାଳ