ବକ୍ସ ଡ୍ରେନ ପାଇଁ କଟକ ଜଳବନ୍ଦୀ ! ମେୟର କହିଲେ ମୁତୟନ ରହିଛି ବ୍ୟାପକ ପମ୍ପ ସେଟ - ସିଲଭର ସିଟିରେ ବର୍ଷା
🎬 Watch Now: Feature Video
କଟକ: ସିଲଭର ସିଟିରେ ଜାରି ରହିଛି ମୂଷଳ ଧାରାରେ ବର୍ଷା । ସହରର କିଛି ସ୍ଥାନରେ ପୁଣି ଜଳବନ୍ଦୀ ସମସ୍ୟା ଦୃଷ୍ଟିଗୋଚର ହୋଇଛି । ସିଏମସି ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ ପାଣି ନିଷ୍କାସନ କରିବା ପାଇଁ ଉଦ୍ୟମ ଜାରି ରହିଛି । ବର୍ତ୍ତମାନ ସହରର ସମସ୍ତ ତଳିଆ ଅଞ୍ଚଳରେ 200ରୁ ଊର୍ଦ୍ଧ୍ବ ଭଲବୋ ପମ୍ପ ମୁତୟନ କରାଯାଇଛି । ଯାହାଦ୍ୱାରା କିଛି ମାତ୍ରାରେ ଜଳବନ୍ଦୀକୁ ତୁରନ୍ତ ଏଡାଇ ଦିଆଯାଇ ପାରିବ । ଗତକାଲି ଠାରୁ ଲଗାଣ ବର୍ଷାରେ ସହରର ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଡ୍ରେନ ପାଣି ରାସ୍ତା ଉପରେ ଲହଡ଼ି ମାରୁଥିବାରୁ ସାଧାରଣ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । କଟକର ବାଦାମବାଡ଼ି, ରକସି ଲେନ, ରୋଭର ଷ୍ଟିଟ, ମେରିଆ ବଜାର, ସୁତାହାଟ ଆଦି ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା । କଟକରେ ଅନେକ ତଳିଆ ଅଞ୍ଚଳ ରହିଛି। ଯେଉଁଠି ଡ୍ରେନ ଓ ରାସ୍ତା ଉଚ୍ଚତା ମଧ୍ୟରେ ବେଶୀ ପାର୍ଥ୍ୟକ ନାହିଁ । ତେଣୁ ଡ୍ରେନ ପାଣି ଓ ବର୍ଷା ଜଳ ମିଶିଲା ପରେ ଜଳବନ୍ଦୀ ସମସ୍ୟା ଦୃଷ୍ଟିଗୋଚର ହୋଇଥିଲା ।
ତେବେ ଜଳବନ୍ଦୀ ସମସ୍ୟା ଉପୁଜିବାର କାରଣ ହେଉଛି ବକ୍ସ ଡ୍ରେନ। ଯେଉଁଟି ଜଳବନ୍ଦୀ ଆଶଙ୍କା କରଯାଉଛି ସେଠାରେ ମଟର ମୁତୟନ ହୋଇଛି । ସିଏମସି ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ତେଣୁ ଆଗମୀ ଦିନରେ ଏପରି ବର୍ଷା ଆକଳନ ରହିଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । କଟକର ତଳିଆ ଅଞ୍ଚଳ ମାନଙ୍କରେ ଯେପରି ଜଳବନ୍ଦୀ ସମସ୍ୟା ନହେବ। ସେନେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ମେୟର ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, କଟକ