ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢାଉ - ଜନସ୍ୱାସ୍ଥ୍ୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ରେଡ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 8, 2023, 8:15 PM IST

ଭଦ୍ରକ: ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ  । ଭଦ୍ରକ ଜିଲ୍ଲାର ଜନସ୍ୱାସ୍ଥ୍ୟ ବିଭାଗ ଅଧିକଣ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ଚଢାଉ କରାଯାଇଛି । ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା ପୌରପାଳିକା ଅନ୍ତର୍ଗତ ମଠ ସାହିରେ ଥିବା ବିଲ୍ଡିଂ ସମେତ ଭଦ୍ରକ ବ୍ଲକ ଅନ୍ତର୍ଗତ ଗୋରାମାଟି ପଞ୍ଚାୟତ ସ୍ଥିତ ତୋରଣପଦା ଗ୍ରାମରେ ଥିବା ତାଙ୍କର ପୈତୃକ ଘରେ ଏହି ରେଡ୍ ଜାରି ରହିଛି ।  

ପ୍ରକାଶ ଥାଉ କି, ଦୁର୍ନୀତିଗସ୍ତ ଅଫିସରଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଉଛନ୍ତି ରାଜ୍ୟ ସରକାର । ଯାହାକୁ ଆଧାର କରି ଏହି ଚଢାଉ ହୋଇଥିବା ଜଣାପଡିଛି । ତେବେ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କ ବିରୁଦ୍ଧରେ ଅତୀତରେ ଏକାଧିକ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ଭଦ୍ରକରେ ହୋଇଥିବା ଏହି ଚଢାଉରେ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି, ତାହା ଚଢାଉ ସାରିବା ପରେ ସ୍ପଷ୍ଟ ହେବ । ଏନେଇ ଭଦ୍ରକ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ଏଥିସହ ଭୁବନେଶ୍ବର ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ଚଢାଉ ଜାରି ରହିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ......ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ; ଆୟ ବହିର୍ଭୂତ ସମ୍ପତ୍ତି ନେଇ ଖୋଳତାଡ଼ ଜାରି

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.