ଲାଞ୍ଚ ନେଇ ଫସିଲେ ICDS ସୁପରଭାଇଜର,ଧରିଲା ଭିଜିଲାନ୍ସ - ଭିଜିଲାନ୍ସ ଜାଲରେ ସୁପରଭାଇଜର

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 30, 2023, 6:50 AM IST

ନବରଙ୍ଗପୁର: ପୁଣି ଲାଞ୍ଚ କାରବାର । ଲାଞ୍ଚ ନେବାବେଳେ ଧରାପଡିଲେ ସୁପରଭାଇଜର । ଗତକାଲି(ଶୁକ୍ରବାର) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଳକ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ରାଜେଶ୍ୱରୀ ରାଜ କୁମାରୀ ନାଗ ପାଞ୍ଚ ହଜାର ଚାରି ଶହ ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । 


ସୂଚନା ଅନୁଯାୟୀ କୋଡିଙ୍ଗା ସେକ୍ଟରର କ୍ଷେତ୍ର ପରିଦର୍ଶିକା ରାଜେଶ୍ୱରୀ ରାଜ କୁମାରୀ ନାଗ ଖେଳଣା ବିଲ କରାଇଦେବା ପାଇଁ ବନ୍ଧୁଗୁଡା ଅଙ୍ଗନବାଡି କର୍ମୀ ଶୁଭସୀତା ପାତ୍ରଙ୍କୁ ଖେଳଣା, ପୋଷଣ ଓ ପୋଷାକର ତିନି ମାସର ବିଲ କରାଇଦେବା ପାଇଁ ଲାଞ୍ଚ ଟଙ୍କା ଦାବି କରିଥିଲେ । ଶୁଭସୀତା ଏନେଇ ନବରଙ୍ଗପୁର ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଗତକାଲି କୋଡିଙ୍ଗା ଠାରେ ସେକ୍ଟର ମିଟିଂରେ ଶୁଭସୀତାଙ୍କ ଠାରୁ ରାଜେଶ୍ୱରୀ ରାଜ କୁମାରୀ ନାଗ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଟଙ୍କା ସହ ରାଜେଶ୍ୱରୀଙ୍କୁ ମାଡି ବସିଥିଲେ । ଅଧିକ ତଦନ୍ତ ପାଇଁ ରାଜେଶ୍ୱରୀଙ୍କୁ ଅଟକ ରଖାଯାଇଛି, ତେବେ ଏହି ଚଢାଉରେ ଜୟପୁର ଓ ନବରଙ୍ଗପୁରର ଆଠ ଜଣିଆ ଟିମ୍ ସାମିଲ ଥିଲେ । DSP ଜୟଶ୍ରୀ ପ୍ରଧାନଙ୍କ ନେତୃତ୍ଵରେ ଏହି ଚଢାଉ ହୋଇଥିଲା

ଏହା ମଧ୍ୟ ପଢ଼ନ୍ତୁ...7ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଏଷ୍ଟିମେଟର ରମାକାନ୍ତ ମଲ୍ଲିକ

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.