thumbnail

ଲାଞ୍ଚ ନେଇ ଧରାପଡିଲେ ଦାନଗଦି ମେଡିକାଲର ଡାକ୍ତର

By

Published : Apr 19, 2023, 5:22 PM IST

ଯାଜପୁର: ଡାକ୍ତକଙ୍କୁ ଲାଞ୍ଚ ନେବା ପଡିଲା ମହଙ୍ଗା। ଆଜି ଯାଜପୁର ଜିଲ୍ଲା ଦାନଗଦି ମେଡିକାଲର ଡାକ୍ତର ଓ ସିକ୍ୟୁରିଟି ଗାର୍ଡ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି  l ତେବେ ଡାକ୍ତର ଜଣଙ୍କ ସେହି ମେଡ଼ିକାଲର ପବିତ୍ର ମୋହନ ସେଠୀ ହେଇଥିବା ବେଳେ ସିକ୍ୟୁରିଟି ଜଣଙ୍କ ଅଭିରାମ କାଣ୍ଡି ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଡାକ୍ତର ସେଠୀ ଜୈନିକ ବ୍ୟକ୍ତିଙ୍କଠାରୁ ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ମୃତଙ୍କ ସମ୍ପର୍କୀୟଙ୍କଠାରୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ 20ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ କଟକ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେଇଥିଲା l ଏନେଇ  କଟକ ଭିଜିଲାନ୍ସ ଅଧିକାରୀ ଏହି ଅଭିଯୋଗ ପାଇବା ପରେ ଆଜି ଅଚାନକ ଡାକ୍ତର ସେଠୀ ରହୁଥିବା ଦାନଗଦିସ୍ଥିତ ବାସଭବନ ସମେତ ଧର୍ମଶାଳା ବ୍ଲକ ଥାନୁଆଳ ଗାଁ ସ୍ଥିତ ପୈତୃକ ବାସସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ l ଏଥିସହିତ ଡାକ୍ତର ଓ ସିକ୍ୟୁରିଟି ଗାର୍ଡକୁ ଦାନଗଦି ମେଡିକାଲରୁ ଗିରଫ କରି କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଯାଇଥିବା ସୂଚନା ମିଳିଛି l ସେପଟେ ଘଟଣାର ତଦନ୍ତ ଚାଲୁଥିବାରୁ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ କୌଣସି ସୂଚନା ଦେବାକୁ ମନା କରିଛନ୍ତି ।  

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.