ETV Bharat / state

ପୋଲିସ ମୁଖ୍ୟାଳୟ ନଜରରେ ସବୁ ଥାନା, ଉତ୍ତମ ବ୍ୟବହାର ପାଇଁ ଆସିବ SOP - Installation Of CCTV

ସବୁ ଥାନାର ସିସିଟିଭି ପୋଲିସ ମୁଖ୍ୟାଳୟ ନଜରରେ ରହିବ । ଏହାସହ ଆର୍ମି ଅଧିକାରୀଙ୍କୁ ଉତ୍ତମ ବ୍ୟବହାର ପାଇଁ ସ୍ବତନ୍ତ୍ର SOP ଆସିବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : 3 hours ago

Installation Of CCTV
Installation Of CCTV (ETV Bharat Odisha)

କଟକ: ଏଣିକି ପୋଲିସ ମୁଖ୍ୟାଳୟର ନଜରରେ ରହିବ ଥାନାରେ ଘଟୁଥିବା ପ୍ରତିଟି ଗତିବିଧି । ଥାନାରେ ଲାଗିଥିବା ସିସିଟିଭି ଭିଜୁଆଲ ପୋଲିସ ମୁଖ୍ୟାଳୟରେ ହେବ ସିଧାପ୍ରସାରଣ । ବହୁଚର୍ଚ୍ଚିତ ଭରତପୁର ଥାନା ବିବାଦ ମାମଲା ପରେ ଓଡ଼ିଶା ପୋଲିସରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବାକୁ ଯାଉଛି । ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ ଓ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ନାମରେ ଦୁଇଟି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ପୋଲିସ ବିଭାଗ ।

ଭରତପୁର ଥାନା ମାମଲାର ଶୁଣାଣି:

ଭରତପୁର ଥାନା ମାମଲାକୁ ନେଇ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଏହି ସମ୍ପର୍କରେ ଅବଗତ କରାଇଛନ୍ତି ପୋଲିସ ମୁଖ୍ୟାଳୟ ଏଡିଜି ଦୟାଲ ଗଙ୍ଗଓ୍ବାର । ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ ପୋଲିସ ଏସପିଙ୍କ କାର୍ଯ୍ୟାଳୟରେ ରହିବ। ଏହାଦ୍ବାରା ନିଜ ଅଧୀନ ଥିବା ଥାନା ଗୁଡ଼ିକର ସିସିଟିଭି ଗୁଡ଼ିକର ସିଧାପ୍ରସାରଣ ଏସପିଙ୍କ କାର୍ଯ୍ୟାଳୟରେ ହେବ । ସେହିଭଳି ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ପୋଲିସ ମୁଖ୍ୟାଳୟରେ ରହିବ ଏବଂ ଥାନା ତଥା ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରୁ ଆସୁଥିବା ଭିଡିଓ ଗୁଡ଼ିକୁ ସେଠାରେ ଲାଇଭ ଦେଖା ଯାଇପାରିବ । ଯଦି କୌଣସି ସ୍ଥାନରେ ସିସିଟିଭି କାମ କରୁନଥିବ, ତେବେ ତାହାକୁ ତୁରନ୍ତ ଚିହ୍ନଟ କରାଯାଇ ମରାମତି ମଧ୍ୟ କରାଯାଇପାରିବ।

ନଭେମ୍ବର 15 ସୁଦ୍ଧା ସବୁଠି କାର୍ଯ୍ୟକ୍ଷମ:

High Court
High Court (Orissa HC)

୧୦ଟି ଜିଲ୍ଲା ପୋଲିସ ଏସପିଙ୍କ କାର୍ଯ୍ୟାଳୟରେ ଏହା କାର୍ଯ୍ୟକାରୀ ହୋଇଯାଇଛି ଏବଂ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଏହି ବ୍ୟବସ୍ଥା ପ୍ରତିଟି ଥାନା, ଏସପିଙ୍କ କାର୍ଯ୍ୟାଳୟ ଓ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟକାରୀ ହେବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି ପୋଲିସ ମୁଖ୍ୟାଳୟ ଏଡିଜି। ଏହା ସହିତ ନେଟଓ୍ବର୍କ ଭିଡିଓ ରେକଡର ବା ଏନଭିଆର ଜରିଆରେ ଏହି ସିସିଟିଭି ଫୁଟେଜ ଗୁଡିକୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ ବୋଲି ମଧ୍ୟ କୋର୍ଟଙ୍କୁ ଅବଗତ କରାଇଥିଲେ । ଭରତପୁର ଥାନା ଘଟଣାରେ ପୋଲିସର ତଦନ୍ତ, ସରକାର ତଥା ପୋଲିସ ବିଭାଗର ପଦକ୍ଷେପକୁ ହାଇକୋର୍ଟ ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ....ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ, ଜଷ୍ଚିସ ଦାଶ କମିଶନ ନେଲେ ପ୍ରଥମ ବୈଠକ - JUDICIAL INVESTIGATION

ଏହା ବି ପଢନ୍ତୁ...ଗାନ୍ଧୀନଗରରେ ୫ ନିଲମ୍ବିତ ପୋଲିସଙ୍କ ପଲିଗ୍ରାଫ ପରୀକ୍ଷା, ଭରତପୁର ଥାନା କାଣ୍ଡରୁ ହଟିପାରେ ପରଦା - Polygraph Test

ଉତ୍ତମ ବ୍ୟବହାର ପାଇଁ SOP:

ଥାନାରେ ସେନା ବାହିନୀଙ୍କ ସହ ଉତ୍ତମ ବ୍ୟବହାର ପାଇଁ ରାଜ୍ୟ ସରକାର ଏସଓପି ଆଣିବେ ବୋଲି କୋର୍ଟକୁ ଜଣାଇଛନ୍ତି । ଏହି ଶୁଣାଣି ସମୟରେ ରାଜ୍ୟରେ ୫୯୩ଟି ଥାନା ମଧ୍ୟରୁ ୪୫୬ଟି ଥାନାରେ ସିସିଟିଭି କ୍ୟାମେରା ସଠିକ୍ ଭାବରେ କାମ କରୁ ନଥିବା କୋର୍ଟଙ୍କୁ ଜଣାଇବା ସହ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ଥାନାରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଅବଗତ କରାଯାଇଛି । ନଭେମ୍ବର ୧୨ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ଏହା ବି ପଢନ୍ତୁ- ଭରତପୁର ଥାନା ମାମଲା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଓ ବାନ୍ଧବୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ - Major fiance meet Mohan Majhi

ଏହା ବି ପଢନ୍ତୁ- କନ୍ୟା ଦିବସରେ ଝିଅ ପାଇଁ ଲଢେଇ: ପୀଡିତାଙ୍କ ବାପା Vs ନିଲମ୍ବିତ ASIଙ୍କ ମା’ - Justice For daughters

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.