thumbnail

By

Published : Mar 25, 2023, 6:07 PM IST

Updated : Mar 25, 2023, 6:22 PM IST

ETV Bharat / Videos

ବେଶ ପରେ ବେଶ ବଦଳାଉଛି ଅମ୍ରିତପାଲ, ଚଷମା କୋଟ୍‌ରେ ଆସିଲା ନଜର

ଚଣ୍ଡିଗଡ଼: ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଏକ ନୂଆ ଭିଡିଓ ସାମନାକୁ ଆସିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଗତ ମାର୍ଚ୍ଚ ୧୮ ତାରିଖରୁ ୨୦ ତାରିଖ ମଧ୍ୟରେ ପଞ୍ଜାବରେ ଥିଲା ଅମ୍ରିତପାଲ । ଏହି ସିସିଟିଭି ଭିଡିଓରେ ଅମ୍ରିତପାଲକୁ କୋଟ୍‌, ଚଷମା ଓ ପଗଡ଼ି ପିନ୍ଧିଥିବା ଦେଖିବାକୁ ମିଳିଛି । ଏଠାରୁ ସେ ସହଯୋଗୀ ପାପଲପ୍ରିତ ସିଂ ଓ ବଲଜିତ କୌରଙ୍କ ସହାୟତାରେ ପଞ୍ଜାବରୁ ପଳାୟନ କରିଥିଲା । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଅମ୍ରିତପାଲ ଗୋଲାପୀ ରଙ୍ଗର ପଗଡି ପିନ୍ଧି ସହଯୋଗୀ ପପଲପ୍ରିତ ସହିତ ନଜର ଆସିଛି । ଏହାପରେ ସେମାନେ ସ୍କୁଟି ଧରି ଲାଡୋୱାଲରେ ପହଞ୍ଚିଛନ୍ତି । ଏହାପରେ ଜଣେ ୩ୟ ବ୍ୟକ୍ତି ସିସିଟିଭି ଫୁଟେଜରେ ଠାବ ହୋଇଛି । 

ଏହା ବି ପଢନ୍ତୁ- ନେପାଳ ସୀମାରେ ଲାଗିଲା ପଳାତକ ଅମ୍ରିତପାଲର ପୋଷ୍ଟର

ଏହାପରେ ଲାଡୋୱାଲରୁ ଜଲନ୍ଧର ବାଇପାସ ଦେଇ ପପଲପ୍ରିତ ସହ ଶେରପୁର ଛକରେ ପହଞ୍ଚିଛି ଅମ୍ରିତପାଲ । ଏହାପରେ ଅମ୍ରିତପାଲ ପଟିଆଲା ରୋଡ ନିକଟରେ ଏକ ଗୁରୁଦ୍ବାର ନିକଟରେ ଠାବ ହୋଇଛି । ଏଠାରେ ସେ ଏକ ମାସ୍କ ପିନ୍ଧିଛି, ଯାହାଦ୍ବାରା ତାକୁ କେହି ସହଜରେ ଚିହ୍ନିପାରିବେ ନାହିଁ । ପପଲପ୍ରିତ ଏଠାରେ ନିଜ ବେଶ ବଦଳାଇଛି । ଏହାପରେ ଅମ୍ରିତପାଲ ସିଦ୍ଧାର୍ଥ କଲୋନୀରେ ଗୋଟିଏ ଦିନ ରହିବା ପରେ ସ୍କୁଟି ଯୋଗେ ପଟିଆଲା ଶାହବାଦରେ ପହଞ୍ଚିଛନ୍ତି । ଏହାପରେ ସହଯୋଗୀ ବଲଜିତ କୌର ସହାୟତାରେ ସେମାନେ ପଟିଆଲାରୁ ପଳାୟନ କରିବାରେ ସଫଳ ହୋଇଛି । ବାରମ୍ବାର ବେଶ ବଦଳାଇ ଆତ୍ମଗୋପନ କରିବାରେ ଏଯାବତ ସଫଳ ରହିଛି ପଳାତକ ଘୋଷିତ ଖଲିସ୍ତାନୀ ଆତଙ୍କବାଦୀ ଅମ୍ରିତପାଲ ସିଂ ।

ଅନ୍ୟପଟେ ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପୃକ୍ତି ରହିଥିବା ସୂତ୍ରରୁ ଜଣାପଡିଛି । ସେ ଦୁବାଇରେ ISI ସହ ସମ୍ପର୍କରେ ଆସିଥିଲା । ପଞ୍ଜାବରେ ଆଇନ ଶୃଙ୍ଖଳା ସ୍ଥିତି ବିଗାଡିବାକୁ ରାଜ୍ୟର ଯୁବବର୍ଗଙ୍କୁ ନିଜ ଗୋଷ୍ଠୀରେ ସାମିଲ କରିବା ପାଇଁ ISI ପକ୍ଷରୁ ତାକୁ ନିର୍ଦ୍ଦେଶ ମିଳିଥିଲା । ସେଠାରୁ ପଞ୍ଜାବ ଫେରିବା ପରେ ଅମ୍ରିତପାଲ ଗାଁ ଗାଁକୁ ଯାଇ ନିଜର ସଂଗଠନ ସୁଦୃଢ କରିବାକୁ ଉଦ୍ୟମ କରିଥିଲା । ସେ ପଞ୍ଜାବର ବିଭିନ୍ନ ମୁଦ୍ଦା ଉଠାଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଶିଖ୍‌ମାନଙ୍କୁ ଉସକାଇବାକୁ ଚେଷ୍ଟା କରିଥିଲା । 

Last Updated : Mar 25, 2023, 6:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.