Karnataka Result: 'ହାରଜିତ ବିଜେପି ପାଇଁ ନୂଆ ନୁହେଁ, କମବ୍ୟାକ କରିବ ଦଳ' - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

🎬 Watch Now: Feature Video

thumbnail

By

Published : May 13, 2023, 2:52 PM IST

Updated : May 13, 2023, 5:37 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳର ହାର ପରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ।  ହାରଜିତ ବିଜେପି ପାଇଁ ନୂଆ ନୁହେଁ, ଦଳ ୨୦୨୪ରେ କମବ୍ୟାକ କରିବ ବୋଲି ସେ କହିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଛି ବିଜେପି । କଂଗ୍ରେସ ପୂର୍ଣ୍ଣ ବହୁମତ ସହିତ ସରକାର ଗଢିବାକୁ ଯାଉଛି । ଦଳର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା । ବିଜେପି ପାଇଁ ହାରଜିତ କୌଣସି ନୂଆ କଥା ନୁହେଁ । ତେବେ ଏହି ପରାଜୟର କାରଣ ସମ୍ପର୍କରେ ସମୀକ୍ଷା କରି ଦଳ କମବ୍ୟାକ୍‌ କରିବ ବୋଲି କହିଛନ୍ତି ୟେଦୁରପ୍ପା ।  

କଂଗ୍ରେସ ୧୩୬ଟି ଆସନରେ ଲିଡ କରୁଥିବା ବେଳେ ବିଜେପି ୬୦ଟି ଆସନରେ ଲିଡ କରୁଛି । କଂଗ୍ରେସ ବହୁମତ ସହିତ ସରକାର ଗଢିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଏକଜିଟ ପୋଲ ସମ୍ପୂର୍ଣ୍ଣ ଭାବେ ଏକ୍ସଜାଟ ପୋଲ୍‌ ହୋଇଛି । ଜନତା କଂଗ୍ରେସକୁ ନିଜ ସରକାର ଭାବେ ଚୟନ କରିଛନ୍ତି । କର୍ଣ୍ଣାଟକ ଗାଦି ହାତେଇବା ବିଜେପି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । ମାତ୍ର କଂଗ୍ରେସ ବିଜେପି ହାତରୁ ଗାଦିକୁ ଛଡାଇ ନେଇଛି । ଫଳରେ ବିଜେପିର ଦକ୍ଷିଣ ଭାରତ ଶାସନ ଭାର ହାତକୁ ନେବାର ଆଶା ଧୂଳିସାତ ହୋଇଛି ।  

ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ୟେଦୁରପ୍ପା । ସେ କହିଛନ୍ତି, "ହାରଜିତ ବିଜେପି ପାଇଁ କୌଣସି ନୂଆ କଥା ନୁହେଁ । ଏହି ନିର୍ବାଚନ ଫଳାଫଳକୁ ନେଇ ଦଳୀୟ ନେତା ଚିନ୍ତିତ ହେବା ଆବଶ୍ୟକ ନାହିଁ । ଦଳ ଖୁବଶୀଘ୍ର କମବ୍ୟାକ୍‌ କରିବ । ଜନାଦେଶକୁ ମୁଁ ସମ୍ମାନର ସହିତ ଗ୍ରହଣ କରିଛି । " ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ମଧ୍ୟ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଥିଲେ । ସେ ପରାଜୟକୁ ସ୍ବୀକାର କରିବା ସହିତ ବିଜେପି ପରାଜୟର କାରଣକୁ ତର୍ଜମା କରି କମବ୍ୟାକ୍‌ କରିବ ଓ ୨୦୨୪ ନିର୍ବାଚନରେ ବିଜୟୀ ହେବ ବୋଲି ସେ କହିଛନ୍ତି ।  

ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ ଆସିବା ପରେ ଏହି ହାର ଉପରେ ଦଳୀୟ ନେତାଙ୍କ ସହିତ ତର୍ଜମା କରାଯିବ । କେଉଁଠି ତ୍ରୁଟି ରହିଲା ତାହାକୁ ସୁଧାରିବାକୁ ଉଦ୍ୟମ ରହିବ । ଦଳ ମ୍ୟାଜିକ ନମ୍ବର ପର୍ଯ୍ୟନ୍ତ ପହଞ୍ଚିପାରିଲା ନାହିଁ । ଏକ ଜାତୀୟ ଦଳ ଭାବେ ରଣନୀତିରେ କେଉଁଠି ଅଭାବ ରହିଥିଲା ତାକୁ ସୁଧାରିବାକୁ ଚେଷ୍ଟା କରାଯିବ ବୋଲି ବୋମ୍ମାଇ କହିଥିଲେ । ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବ ବୋଲି ବୋମ୍ମାଇ କହିଥିଲେ । 

Last Updated : May 13, 2023, 5:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.