ଟନେଲ ମଧ୍ୟକୁ ପଶିଲା NDRF, ମଧ୍ୟରାତି ସୁଦ୍ଧା ସରିବ ଅପରେସନ !

By ETV Bharat Odisha Team

Published : Nov 22, 2023, 9:45 PM IST

thumbnail

ଡେରାଡୁନ: ଦୀର୍ଘ 11 ଦିନ ଧରି ଉତ୍ତରକାଶୀ ଟନେଲ ମଧ୍ୟରେ ଫସିଥିବା 41 ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଥିବା ରେସ୍କ୍ୟୁ ଅପରେସନରେ ଆଜି ମଧ୍ୟରାତ୍ରି ସୁଦ୍ଧା ସଫଳତା ମିଳିପାରେ । ସମସ୍ତ ପ୍ରସ୍ତୁତି ଶେଷ ହେବା ସହ ସଂଧ୍ୟାରେ ଏନଡିଆରଏଫ ଯବାନମାନେ ଟନେଲ ମଧ୍ୟକୁ ପ୍ରବେଶ କରିବା ଆରମ୍ଭ କରିଛନ୍ତି । ବାହାରେ ସମ୍ପୂର୍ଣ୍ଣ ଜରୁରୀ ମେଡିକାଲ ସରଞ୍ଜାମ ସହ 30ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି । ଉତ୍ତରକାଶୀରେ 41 ବେଡ ସହିତ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଏ ତମାମ ପ୍ରସ୍ତୁତିକୁ ଅନୁମାନ କଲେ, ହୁଏତ ଶ୍ରମିକଙ୍କ ଉଦ୍ଧାର ପାଇଁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଆଉ ଅପେକ୍ଷା କରିବାକୁ ପଡିନପାରେ । ଆଜି ମଧ୍ୟରାତ୍ରି ସୁଦ୍ଧା ଫସିଥିବା ସମସ୍ତ 41 ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ, ଉଦ୍ଧାରକାରୀ ଟିମ୍‌, ବିଦେଶୀ ବିଶେଷଜ୍ଞ, ଡାକ୍ତରୀ ଟିମ୍‌, ସ୍ଥାନୀୟ ପ୍ରଶାସନର ଅଧିକାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ଉଦ୍ଧାର ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉତ୍ତରକାଶୀ ହସ୍ପିଟାଲରେ ପହଞ୍ଚିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.