ଭାଙ୍ଗିଲା ପଥର ଗର୍ବ, ମୃତ୍ୟୁକୁ ମାତ ଦେଇ ଯୁଦ୍ଧ ଜିତିଲେ ୪୧ ଶ୍ରମବୀର

By ETV Bharat Odisha Team

Published : Nov 29, 2023, 3:35 PM IST

thumbnail

ଡେରାଡୁନ: ଅନ୍ଧାର, ଅନିଶ୍ଚିନ୍ତତା, ଆତଙ୍କ, ଭୟ ଭିତରେ ନିଶ୍ବାସ ପାଇଁ ସଂଘର୍ଷ । ବାହାରେ ଉଦ୍ଧାର ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରହିଥିଲା । ପୂଜା ପ୍ରାର୍ଥନା ଜାରି ରହିଥିଲା । 140 କୋଟି ଭାରତୀୟ ସେହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ଦିନ ଗଡୁଡିଲା ଟେନସନ ବଢୁଥିଲା । 17 ଦିନ ଧରି ଲାଗି ରହିଥିଲା ସସପେନ୍ସ । କେମିତି ସୁରକ୍ଷିତ ଉଦ୍ଧାର ହେବେ 41 ଶ୍ରମିକ ତାହାକୁ ନେଇ ଚାଲିଥିବା ଯୁଦ୍ଧ । ନଭେମ୍ବର 12 ତାରିଖରୁ ଟନେଲ ତଳେ ଚାପି ହୋଇ ରହିଥିଲେ 41 ଶ୍ରମିକ । ନଭେମ୍ବର 28 ତାରିଖରେ ସବୁ ସସପେନ୍ସରେ ବ୍ରେକ ଲାଗି ଥିଲା । ଅସମ୍ଭବ ସମ୍ଭବ ହୋଇଥିଲା । ପାହାଡ ଚିରି ଅନ୍ଧାରୀ ସୁଡଙ୍ଗରୁ ଜିତିଥିଲା 41 ଜୀବନ । 400ରୁ ଅଧିକ ଘଣ୍ଟା ଧରି ଚାଲିଥିବା ମହା ଅପରେସନର ପରିଣାମ ଆଲୋକ ଦେଖିଛନ୍ତି 41 ଶ୍ରମବୀର । ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି ।

ଏନ୍‌ଡିଆରଏଫ,ଏସ୍‌ଡିଆରଏଫ, ଆଇଟିବିପି, ବିଆରଓ ଯବାନ ଅପରେସନର ସାମିଲ ହୋଇଥିଲେ । ସବୁ ପ୍ରକାର ରଣନୀତି ପ୍ରୟୋଗ କରାଯାଇଥିଲା । ବିଶେଷଜ୍ଞ ଟିମ୍ ଲାଗି ପଡିଥିଲେ । ଅତ୍ୟାଧୁନିକ ମେସିନରେ ଆରମ୍ଭ ହୋଇଥିଲା ଖନନ କାର୍ଯ୍ୟ । ମେସିନ ବଦଳରେ ବିଜୟୀ ହୋଇଛି ମଣିଷ । ଆମେରିକା ଅତ୍ୟାଧୁନିକ ଅଗର ମେସିନ ଫେଲ ମାରିବା ପରେ ରାଟ ହୋଲ ମାଇନିଂ କରାଯାଇଥିଲା । ଏହା ହିଁ ଶେଷ ଆଶା ଥିଲା ଆଉ ସଫଳତା ମିଳିଥିଲା । 21 ଘଣ୍ଟାରେ 12 ମିଟର ରାଟ ହୋଲ ମାଇନିଂ କରାଯାଇଥିଲା । ଏହାପରେ 800ମିଟର ପାଇପ ଜରିଆରେ 41 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଦୁର୍ଘଟଣାର ଶିକାର ଶ୍ରମିକ ଉଦ୍ଧାର ପରେ ଏବେ ସବୁଠି ଖୁସି । ଅଦିନିଆ ଦୀପାବଳି ପାଳିଛନ୍ତି ସୋମାନଙ୍କ ପରିବାର । ମିଠା ଖୁଆଇ ପରସ୍ପର ସହ ଏହି ଯୁଦ୍ଧର ବିଜୟ ଉତ୍ସବ ପାଳିଛନ୍ତି । ପରିବାରରେ ଖୁସି ଓ ମାଆ ମୁହଁରେ ଆତ୍ମତୃପ୍ତିର ଖୁସି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସସସ୍ତ ଉଦ୍ଧାରକାରୀ ଦଳକୁ ପ୍ରଶଂସର ସୁଅ ଛୁଟିଛି ।

ଏହା ବି ପଢନ୍ତୁ...ଉଦ୍ଧାର ଶ୍ରମିକଙ୍କ ମୁହଁରୁ ସେହି 17 ଦିନର କାହାଣୀ, 'ପ୍ରଥମ 24 ଘଣ୍ଟା ହୋଇଥିଲା ଅସୁବିଧା'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.