ଉତ୍ତରାଖଣ୍ଡରେ ଉଦଘାଟନ ହେଲା ପ୍ରଥମ ଲାଇବ୍ରେରୀ ଭିଲେଜ - ଉତ୍ତରାଖଣ୍ଡର ପ୍ରଥମ ଲାଇବ୍ରେରୀ ଉଦଘାଟନ

🎬 Watch Now: Feature Video

thumbnail

By

Published : Jan 29, 2023, 7:02 AM IST

Updated : Feb 3, 2023, 8:39 PM IST

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଅଗସ୍ତ୍ୟମୁନି ବ୍ଲକର ଏକ ସୁଦୂର ଗାଁ ମଣିଗୁହରେ ଉଦଘାଟନ ହେଲା ପ୍ରଥମ ଲାଇବ୍ରେରୀ ଭିଲେଜ । ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରିଥିଲେ । ଉତ୍ତରାଖଣ୍ଡର ପ୍ରଥମ ଲାଇବ୍ରେରୀ ଭିଲେଜ ଉଦଘାଟନ ଅବସରରେ ଦିଲ୍ଲୀରୁ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ  ସାମ୍ବାଦିକ ରମେଶ ପାହାଡି ଯୋଗ ଦେଇଥିଲେ । ଏନେଇ ସେ କହିଛନ୍ତି ଯେ ସୁଦୂର ଗ୍ରାମାଞ୍ଚଳରେ ଜ୍ଞାନ ଆହରଣ କରିବାର ସରଳ ଏବଂ ସହଜ ମାଧ୍ୟମ ଯୋଗାଇବା ବିକାଶର ଚିନ୍ତାଧାରାକୁ ଦର୍ଶାଉଛି ଏହି ଲାଇବ୍ରେରୀ ଭିଲେଜ୍‌ ।

ଗାଁ ଘର ଫାଉଣ୍ଡେସନର ସଂସ୍ଥାପିକା ତଥା ଅଗସ୍ତ୍ୟାମୁନୀଙ୍କ ଗ୍ରାମର ବାଂଜଗଡ୍ଡୁର ବିଣା ନେଗୀ ମିଶ୍ରାଙ୍କ ପରିକଳ୍ପନା ହେଉଛି ଲାଇବ୍ରେରୀ ଭିଲେଜ । ସେ ଏମବିଏ କରିବା ପରେ ଦିଲ୍ଲୀର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ ।  ଏହାପରେ ମଧ୍ୟ ସେ ନିଜ ଗାଁକୁ ଭୁଲି ପାରିନଥିଲେ । ଯେଉଁ ଗାଁ ତାଙ୍କୁ ତାଙ୍କ ଜୀବନରେ ଅନେକ କିଛି ଦେଇଥିଲା । ସେହି ଗାଁ ପାଇଁ କିଛି  କରିବାକୁ ସଂକଳ୍ପ ନେବା ସହ ସେ ଚାକିରି ଛାଡି ଗାଁକୁ ଫେରି ଆସିଥିଲେ । ଏଥିରେ ତାଙ୍କ ସ୍ୱାମୀ ସୁମନ ମିଶ୍ର ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଗାଁ ଘର ଫାଉଣ୍ଡେସନର ସଂସ୍ଥାପନା ସହ ସେ ରେଖ୍‌ଟା ଫାଉଣ୍ଡେସନ ଉପକ୍ରମ ସୁଫିନାମାରେ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।  

ବୀଣା ନେଗୀ ମିଶ୍ରା ଅନ୍ୟ 3 ଜଣ ସାଥୀଙ୍କ ସହ ମିଶି ଆମ ଗାଁ ଘର ଫାଉଣ୍ଡେସନ ନାମକ ଏକ ସଂସ୍ଥା ଆରମ୍ଭ କରିଛନ୍ତି। ଯାହାଦ୍ୱାରା ସେ ଏଭଳି ନୂଆ ଓ ବିକଶିତ ଗ୍ରାମ ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଯେଉଁ ଗାଁ ମାଧ୍ୟମରେ ବିକଶିତ ସହରର ଜାଗୃତ ଲୋକଙ୍କୁ ଆକର୍ଷିତ କରି ରୋଜଗାର ଓ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇ ପାରିବ । ଏହି ଅଭିଯାନର ଆରମ୍ଭ ସେ ରୁଦ୍ରପ୍ରୟାଗ ଜିଲ୍ଲାର ମଣିଗୃହ ଗ୍ରାମରୁ ଆରମ୍ବ କରିଛନ୍ତି । ଯାହାକୁ ସେ ଭାରତର ପ୍ରଥମ ପୁସ୍ତକାଳୟ ଗ୍ରାମ କରିବାକୁ ପ୍ରସ୍ତୁତିରେ ଲାଗିଛନ୍ତି ।  

ତେବେ ଏଠାରେ ସେଣ୍ଟ୍ରାଲ ଲାଇବ୍ରେରୀ ବ୍ୟତୀତ ବିଭିନ୍ନ ସ୍ଥାନରେ ପଢିବାର ବ୍ୟବସ୍ଥା ମଧ୍ୟ ରହିଛି । ଏହି ଭିଲେଜ ଲାଇବ୍ରେରୀରେ ପଢିବା ପାଇଁ ସମସ୍ତ ପୁସ୍ତକ ଉପଲବ୍ଧ ଥିବା ବେଳେ ପାଣ୍ଡୁଲିପି ମଧ୍ୟ ରହିଛି । ସ୍ମାର୍ଟ କ୍ଲାସ୍ ବ୍ୟତୀତ ପିଲାମାନଙ୍କୁ ଏଠାରେ କମ୍ପ୍ୟୁଟର ଶିକ୍ଷା ମଧ୍ୟ ଦିଆଯିବ । ବିଭିନ୍ନ ବିଷୟ ଉପରେ ପୁସ୍ତକ ସହିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ ମଧ୍ୟ ଏହି ଲାଇବ୍ରେରୀରେ ଉପଲବ୍ଧ ରହିବ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.