Utarakhanda: ଜଳ ତାଣ୍ଡବରେ ଛାରଖାର ଦେବଭୂମି, ଦେଖନ୍ତୁ ଭିଡିଓ

By

Published : Aug 14, 2023, 10:12 PM IST

thumbnail

ଡେରାଡୁନ: କିଛି ଦିନର ବ୍ୟବଧାନ ପରେ ପୁଣି ଉତ୍ତର ଭାରତରେ ପ୍ରବଳ ବର୍ଷା । ମାତ୍ର 24 ଘଣ୍ଟା ମଧ୍ୟରେ ବାଦଳଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ବିଶେଷ ଭାବେ ପ୍ରଭାବିତ ହୋଇଛି । ଉତ୍ତରାଖଣ୍ଡରେ ବିଭିନ୍ନ ସ୍ଥାନରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏକାଧିକ ସ୍ଥାନରେ ବର୍ଷାଜନିତ ବନ୍ୟାରେ ରାସ୍ତାଘାଟ, ଗାଡି ମୋଟର, ଘର ଆଦି ଭାସି ଯାଇଛି । ଯୋଗାଯୋଗ ବିଛିନ୍ନ ହୋଇଛି । ମାଲଦେବତା ଅଞ୍ଚଳରେ ଥିବା ଏକ ଡିଫେନ୍ସ କଲେଜ ବିଲ୍ଡିଂ ମଧ୍ୟ ଭୁଶୁଡ଼ି ପଡ଼ିଛି ।  

ଏହା ବି ପଢନ୍ତୁ...Shimla Landslide: ଭୂସ୍ଖଳନରେ ଭୁଶୁଡିଲା ଶିବ ମନ୍ଦିର, 9 ମୃତ ଫସିଛନ୍ତି 30 ଶ୍ରଦ୍ଧାଳୁ

ଏନେଇ ଆସନ୍ତା 24 ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । 17 ଅଗଷ୍ଟ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହି ଅନୁସାରେ ପ୍ରସ୍ତୁତି କରିଛନ୍ତି ସ୍ଥାନୀୟ ସରକାର । ଦେଖନ୍ତୁ ଦେବଭୂମି ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନର ଦୃଶ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.