ଘାଟିକିଆ ମଣ୍ଡପର ଆକର୍ଷଣ, ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଦୃଶ୍ୟ

By ETV Bharat Odisha Team

Published : Oct 21, 2023, 10:15 PM IST

thumbnail

ଭୁବନେଶ୍ବର: ଦୁର୍ଗାପୂଜାରେ ଆକର୍ଷଣ ସାଜିଛି ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳର ଦୃଶ୍ୟ । ରାଜଧାନୀର ଘାଟିକିଆରେ ମା' ଭୂଆସୁଣୀ ଦୁର୍ଗା ପୂଜା କମିଟି ପକ୍ଷରୁ କରାଯାଇଛି ଏଭଳି ସାଜ୍ଜସଜା । ଏହି ପୂଜା ମଣ୍ଡପଟି ୨୭ ବର୍ଷର ହୋଇଥିବା ବେଳେ ମା' ଭୂଆସୁଣୀ ଏଠାରେ ଅଧିଷ୍ଠାତ୍ରୀ ରୂପେ ପୂଜା ପାଆନ୍ତି । ତେଣୁ ମୂଳ ଦେବୀଙ୍କ ଆଗମନ ସହ ଦୁର୍ଗା ମା'ଙ୍କୁ ଆବାହନ କରାଯାଇ ଏଠାରେ ପୂଜା କରାଯାଉଛି । ଘଣ୍ଟ ଘଣ୍ଟାର ଧ୍ୱନି ସହ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ଏଠାରେ ମହାମାୟୀଙ୍କ ମହାସପ୍ତମୀ ପୂଜା କରାଯାଉଥିବା ବେଳେ ଭକ୍ତମାନେ ଆସି ମା'ଙ୍କୁ ଦର୍ଶନ କରୁଛନ୍ତି ।

ତେବେ ପୂଜା କମିଟି ପକ୍ଷରୁ ସବୁବେଳେ ନିଆରା ତୋରଣ କରିବାକୁ ପ୍ରୟାସ ରହିଥିବା ବେଳେ ଏଥର ଶ୍ରୀକୃଷ୍ଣଙ୍କର ଜନ୍ମ ଠାରୁ ଆରମ୍ଭ କରି ରାଧାକୃଷ୍ଣଙ୍କ ପ୍ରେମର ଭିନ୍ନ ଭିନ୍ନ ଲୀଳାର ରୂପରେଖ ସୁସଜ୍ଜିତ ହୋଇ ରହିଛି । ଧାଡ଼ିକି ଧାଡି ହୋଇ ବିଭିନ୍ନ ରୂପ ସଜେଇ ହୋଇଥିବା ବେଳେ ସୋଲରେ ପ୍ରସ୍ତୁତ ହୋଇଛି ପ୍ରତିଟି ପ୍ରତିକୃତି । ପୁରା ପରିବେଶ ଶ୍ରୀକୃଷ୍ଣଙ୍କ ପ୍ରେମ ଓ ଭକ୍ତିର ନିଦର୍ଶନ ଦେଉଥିବା ବେଳେ ବେଶ ଆକର୍ଷଣୀୟ ରହିଛି ପୂଜା କମିଟିର ଏହି ନିଆରା ପ୍ରତିକୃତି । ପୂଜା ପାଠ ସହ ଏଠାରେ ମା'ଙ୍କ ପାଖରେ ଦଶମୀରେ ଖିରି ଘଣ୍ଟା ଲାଗି ହୋଇଥାଏ । ଯାହା ବେଶ ସ୍ୱତନ୍ତ୍ର ହୋଇଥାଏ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ମହାକାଳୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.