ବୃନ୍ଦା କରାତଙ୍କୁ ମୀନାକ୍ଷୀ ଲେଖୀଙ୍କ ଜବାବ "ରାମ ଯାହାକୁ ଡାକିଛନ୍ତି, ସେମାନେ ହିଁ ପହଞ୍ଚିବେ" - ନୂଆଦିଲ୍ଲୀ
🎬 Watch Now: Feature Video
Published : Dec 26, 2023, 2:10 PM IST
ନୂଆଦିଲ୍ଲୀ: ମହାପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଡୋର ଯାହାକୁ ଲାଗିଛି, ଭଗବାନ ଯାହାକୁ ଡାକିଛନ୍ତି, କେବଳ ସେମାନେ ହିଁ ପହଞ୍ଚିବେ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସିପିଆଇଏମ ଯୋଗ ଦେବ ନାହିଁ ବୋଲି ବୃନ୍ଦା କରାତଙ୍କ ପ୍ରତିକ୍ରିୟାର କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ । ମୀନାକ୍ଷୀ ଲେଖୀ କହିଛନ୍ତି ଯେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସମସ୍ତ ବିରୋଧୀ ଦଳଙ୍କୁ ନିୟୁତା ପଠାଯାଇଛି । ତେବେ ସମାରୋହରେ କେବଳ ସେହିମାନେ ପହଞ୍ଚିବେ, ଯେଉଁମାନଙ୍କୁ ଭଗବାନ ଶ୍ରୀରାମଙ୍କ ଡାକିଛନ୍ତି। ଶ୍ରୀରାମ ଟ୍ରଷ୍ଟ ପକ୍ଷରୁ ସିପିଆଇଏମକୁ ନିମନ୍ତ୍ରଣ କରାଯାଇଥିବା ବେଳେ, ଦଳର କୌଣସି ନେତା ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଦଳର ଶୀର୍ଷ ନେତା ପ୍ରକାଶ କରାତ ଏବଂ ବୃନ୍ଦା କରାତ ଘୋଷଣା କରିଛନ୍ତି । ଆସନ୍ତା ଜାନୁଆରୀ 22 ତାରିଖରେେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ।
ଏହା ମଧ୍ଯ ପଢ଼ନ୍ତୁ: ଧାର୍ମିକ କାର୍ଯ୍ୟକ୍ରମର ରାଜନୀତିକରଣ ଠିକ୍ ନୁହେଁ: ବୃନ୍ଦା କରାତ୍
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ