Detained BJP leaders: ରାଜ୍ଯ ସରକାରଙ୍କ ବିରୋଧରେ ବର୍ଷିଲେ ଧର୍ମେନ୍ଦ୍ର

By

Published : Apr 18, 2023, 10:59 PM IST

thumbnail

ଖୋର୍ଦ୍ଧା: ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଏତ ଅନେକ ବିଷୟରେ ଜାଣିପାରୁନାହାନ୍ତି କିମ୍ବା ତାଙ୍କୁ ଜଣାଯାଉନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ସେ ରାଜଧର୍ମ ପାଳନ କରିବା ସହ ନିରପେକ୍ଷ ରୁହନ୍ତୁ । ଦଳୀୟ କର୍ମୀମାନେ ଦଳର କାମ କରିବେ । ମାତ୍ର କିଛି ପୋଲିସ କର୍ମୀଙ୍କୁ ଆଇନଶୃଙ୍ଖଳାରୁ ଦୂରେଇ ନେଇ ଦଳୀୟ କାମରେ ଲଗାଇବା ଗଣତନ୍ତ୍ରରେ ଶୁଭ ଲକ୍ଷଣ ନୁହେଁ । କେନ୍ଦ୍ରମନ୍ତ୍ରୀ, ଦଳୀୟ ସଭାପତି, ଦଳୀୟ ସାଂସଦ ବିଧାୟକ ମଣ୍ଡଳୀ ସମ୍ବଲପୁର ଗସ୍ତରେ ଯାଉଥିବା ବେଳେ, ଝାରସୁଗୁଡା ସୀମାନ୍ତରେ  ସମ୍ବଲପୁର ପୋଲିସ ଅଟକ ରଖିବା ଘଟଣାରେ ଏଭଳି ଗର୍ଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଆଇଆଇଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର  କହିଛନ୍ତି ସମ୍ବଲପୁର ସହରରେ ଅଭାବନୀୟ ଘଟଣା ଘଟିବାର ପ୍ରାୟ ଏକ ସପ୍ତାହ ହେଲାଣି । ହନୁମାନ ଜୟନ୍ତୀ ଶୋଭାଯାତ୍ରାର ଅବ୍ୟବହିତ ପୂର୍ବରୁ ସୂଚନା ଦିଆଯିବା ସତ୍ତ୍ୱେ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଦିଆଯାଇ ନଥିବା ପ୍ରଶାସନ ସ୍ୱୀକାର କରିଛି । ପୂର୍ବରୁ ରାମନବମୀ ଓ ହନୁମାନ ଜୟନ୍ତୀରେ ଶାନ୍ତିଭଙ୍ଗ ସମ୍ଭାବନା ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଦେଶର ଅନ୍ୟ ରାଜ୍ୟ ସମେତ ଓଡିଶାକୁ ମଧ୍ୟ ସତର୍କ କରାଯାଇଥିଲା । ଘଟଣାସ୍ଥଳରେ ଗତବର୍ଷ ତୁଳନାରେ ବହୁତ କମ ସୁରକ୍ଷାକର୍ମୀ ନିୟୋଜିତ ଥିବା ସ୍ଥାନୀୟ ନାଗରିକମାନେ ଅଭିଯୋଗ କରିବା ସନ୍ଦେହ ତିଆରି କରୁଛି । ଅଶାନ୍ତ ସମ୍ବଲପୁର ପଛରେ ରାଜ୍ୟ ସରକାରଙ୍କର ଅପାରଗତା ମୁଖ୍ୟତଃ ଦାୟୀ । ଏହି ଘଟଣା ଘଟିବା ପରେ ରାଜ୍ୟ ସରକାର ରାଜଧର୍ମ ପାଳନ କରିବା ପରିବର୍ତ୍ତେ ପକ୍ଷଭୁକ୍ତ ହେଉଥିବା ଭଳି ଅଭିଯୋଗ ଆସୁଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.