ETV Bharat / state

ପ୍ରକୃତିର ଗନ୍ତାଘର ମଣ୍ଡନଗିରି: ୧୧୦୦ ଫୁଟ ଉଚ୍ଚରେ ପୂଜା ପାଉଛନ୍ତି ରାମ-ସୀତା - MANDANGIRI TOURIST PLACE

ନୀଳ ଆକାଶ ତଳେ ଘଞ୍ଚ ଜଙ୍ଗଲ । ସମୁଦ୍ର ପତନଠାରୁ ୧୧୪୦ ଫୁଟ ଉଚ୍ଚ ପାହାଡ଼ରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତା ।

mandaragiri tourist place
mandaragiri tourist place (ETV Bharat Odisha)
author img

By ETV Bharat Odisha Team

Published : Jan 17, 2025, 12:05 PM IST

ଖୋର୍ଦ୍ଧା: ପ୍ରକୃତିର ଗନ୍ତାଘର ଆମ ରାଜ୍ୟ ଓଡ଼ିଶା । ଓଡ଼ିଶାର ଅପରୂପ ସୌନ୍ଦର୍ଯ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ସବୁବେଳେ ଆକର୍ଷିତ କରିଥାଏ । ବିଶେଷକରି ପାହାଡ଼ ଓ ଆକାଶର ମିଳନ ପାଇଁ ଆମେ କୋରାପୁଟର ଦେଓମାଳୀକୁ ପ୍ରକୃଷ୍ଟ ସ୍ଥାନଭାବେ ଚୟନ କରିଥାଉ। କିନ୍ତୁ ରାଜଧାନୀ ଭୁବନେଶ୍ବରଠାରୁ ମାତ୍ର 70 କିଲୋମିଟର ଦୂରରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମଣ୍ଡନଗିରି । ବହୁ ଛୋଟ ବଡ଼ ପାହାଡ଼ ଘେରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ ଯାହା ଏବେ ପର୍ଯ୍ୟଟକଙ୍କ ମନ ମୋହୁଛି ।

ପ୍ରକୃତିର ଗନ୍ତାଘର ମଣ୍ଡନଗିରି ପର୍ବତ:

ନୀଳ ଆକାଶ ତଳେ ଘଞ୍ଚ ଜଙ୍ଗଲ । ଭଳି କି ଭଳି ଗଛଲତାର ଅପରୂପ ଆକର୍ଷଣ । ପାହାଡ଼ ଉପରେ ରାଜ୍ୟାଭିଷେକ ବେଶରେ ପୂଜା ପାଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମଣ୍ଡନଗିରି ପାହାଡ଼ ଉପରେ ଥିବା ଏହି ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷଣ କରିଥାଏ । ସମୁଦ୍ର ପତନଠାରୁ 1140 ଫୁଟ ଉପରେ ଏହି ମନ୍ଦିର ଅବସ୍ଥିତ । ମଣ୍ଡନଗିରି ପାଦଦେଶରେ ଥିବା ମା' ବୁଢୀଦେଇଙ୍କୁ ଦର୍ଶନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଅପୂର୍ବ ରାଜ୍ୟାଭିଷେକ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଦୌଡ଼ି ଆସିଥାନ୍ତି ଶ୍ରଦ୍ଧାଳୁ । ସବୁଜ ବନାନୀ ମଧ୍ୟରେ ଏଠାରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର , ଦେବୀ ମାତା ସୀତା, ଭ୍ରାତା ଲକ୍ଷ୍ମଣ , ଭରତ, ଶତ୍ରୁଘ୍ନଙ୍କ ସମେତ ଭକ୍ତ ହନୁମାନ, ଅଙ୍ଗଦ ଓ ଜାମ୍ବବାନ ।

MANDANGIRI HILL TOURIST PLACE (ETV Bharat Odisha)

ପର୍ବତ ଶିଖରରେ ପଦ୍ମ ପୁଷ୍କରଣୀ :

ଏଠାରେ ପୂଜା ପାଉଥିବା ପ୍ରଭୁ ରାମଚନ୍ଦ୍ର କେବେ ଓ କାହା ଦ୍ୱାରା ପ୍ରତିଷ୍ଠା ହୋଇଛି ତାର ସଠିକ୍ ତଥ୍ୟ ନଥିବା କହିଛନ୍ତି ଏଠାର ମହନ୍ତ ପ୍ରଜ୍ଞାନନ୍ଦ ଦାସ ମହାରାଜ । ସେ କହିଛନ୍ତି,"ତ୍ରେତୟା ଯୁଗରେ ଜୈମିନୀ ମୁନିଙ୍କ ଆଶ୍ରମ ଥିଲା । ରାମଙ୍କ ବନବାସ ସମୟରେ ଏଠାରେ ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଓ ଲକ୍ଷ୍ମଣ କିଛି ସମୟ ଅତିବାହିତ କରିଥିଲେ । ସମୁଦ୍ର ପତନ ଠାରୁ 1140 ଫୁଟ ଉଚ୍ଚରେ ଅବସ୍ଥିତ ଏହି କ୍ଷେତ୍ରର ଶିଖରରେ ପଦ୍ମ ପୁଷ୍କରିଣୀ ପର୍ଯ୍ୟଟକଙ୍କ ମନରେ ସବୁଠାରୁ ବେଶୀ ବିସ୍ମୟ ସୃଷ୍ଟି କରୁଛି । ପାହାଡ଼ଟି ଶିବ ଲିଙ୍ଗ ଆକୃତିର ହୋଇଥିବାବେଳେ ୩ କିିମି ବ୍ୟାସାର୍ଦ୍ଧ ଉପରେ ଅବସ୍ଥିତ । ୧୯୯୭ ମସିହାରେ ଏହା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିଲେ ମଧ୍ୟ ସେପରି କୌଣସି ବିକାଶ ହୋଇପାରି ନାହିଁ । ଏପର୍ଯ୍ୟନ୍ତ ଏଠାକୁ ପକ୍କାରାସ୍ତା, ବିଦ୍ୟୁତ, ପାନୀୟ ଜଳ ଭଳି ମୌଳିକ ସୁବିଧା ନାହିଁ ।"

MANDANGIRI HILL TOURIST PLACE

'ବିକାଶ ପାଇଁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍':

ବୋଲଗଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ ବାହିନୀପତି କହିଛନ୍ତି," ପୂର୍ବତନ ବିଧାୟକ ଏବଂ ବର୍ତ୍ତମାନର ବିଧାୟକଙ୍କ ସହଯୋଗରେ କିଛି ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ମଣ୍ଡନଗିରି କିପରି ବିକାଶ କରାଯାଇ ପାରିବ ସେନେଇ ରିପୋର୍ଟ ମାଗିଛନ୍ତି ଜିଲ୍ଲା ପ୍ରଶାସନ । ଏନେଇ ଏକ ରୋଡମ୍ୟାପ ପ୍ରସ୍ତୁତ ହୋଇଛି, ଯାହାକୁ ଆମେ ଜିଲ୍ଲାପ୍ରଶାସନ ପାଖରେ ପ୍ରଦାନ କରିବୁ ।

ଏହା ମଧ୍ୟ ପଢନ୍ତୁ...ଜିରାଙ୍ଗ ବୌଦ୍ଧ ମନ୍ଦିର, ପର୍ଯ୍ୟଟକଙ୍କ ମନ ମୋହୁଛି ଶାନ୍ତ ପରିବେଶ - JIRANGA BUDDHIST MONASTERY

ଏହା ମଧ୍ୟ ପଢନ୍ତୁ...ଯାଜପୁରରେ ପ୍ରଥମ ପଦ୍ମସମ୍ଭବ ବୌଦ୍ଧ ସମ୍ମିଳନୀ, ଆସିଛନ୍ତି 17 ଦେଶରୁ ବୌଦ୍ଧ ଧର୍ମାବଲମ୍ବୀ - PADMASAMBHAVA BUDDHA SAMMILANI

ଏହା ମଧ୍ୟ ପଢନ୍ତୁ...ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଇକୋ ରିସର୍ଟ; ଜାଣନ୍ତୁ କେମିତି କରିବେ ବୁକିଂ... - MAHENDRAGIRI ECO RESORT

ଏମିତି କହିଲେ ବିଧାୟକ:

ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି," ମଣ୍ଡନଗିରି ଏକ ଐତିହାସିକ ପୀଠ । ପ୍ରଭୁ ରଘୁନାଥଙ୍କ ମନ୍ଦିର ପାହାଡ଼ ଉପରେ ଅବସ୍ଥିତ । ମଣ୍ଡନଗିରି ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ସହ ଆଲୋଚନା ହୋଇଛି ଏବଂ ବିଧାନସଭରେ ମଧ୍ୟ କଥା ଉଠାଇଛି । ଗତ ସରକାର ସମୟରେ କିଛି ଅର୍ଥ ଦିଆଯାଇଥିଲା । ଖୁବଶୀଘ୍ର ଏହାର ପାରିପାର୍ଶ୍ଵିକ ବିକାଶ କାର୍ଯ୍ୟ ଆରମ୍ଭ ହେବ । "

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.