thumbnail

By

Published : Apr 13, 2023, 9:25 PM IST

ETV Bharat / Videos

ପାଳନ ହେଲା ଭୁବନେଶ୍ୱରର 75ତମ ପ୍ରତିଷ୍ଠା ଦିବସ, ଜଳଛତ୍ର ଶିବିରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର 75 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଜେପି ପକ୍ଷରୁ ଗୋପବନ୍ଧୁ ଛକରେ 'ସେବା' ବିଚାରରେ ବିଜେପି ପକ୍ଷରୁ ଆୟୋଜନ କରାଯାଇଥିଲା ଜଳଛତ୍ର ଶିବିର । ଜଳଛତ୍ର ଶିବିରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ର କହିଛନ୍ତି ଯେ, "ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀମାନେ ଜଳଛତ୍ର ଦ୍ୱାରା ଉପକୃତ ହେବେ । ଆଜି ଭୁବନେଶ୍ୱରର 75ତମ ପ୍ରତିଷ୍ଠା ଦିବସ । ଏହି ଦିବସ ଅବସରରେ ମୁଁ ଭୁବନେଶ୍ୱର ଓ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ନିରନ୍ତର ରହୁ ଏହା ହିଁ କାମନା କରୁଛି । ଓଡ଼ିଶାରେ ଯେଉଁଭଳି ଭାବେ ଜଳବାୟୁରେ ପରିବର୍ତ୍ତନ ଘଟି ହୋଇ ଗରମ ବଢିଛି, ଏହି ସମୟରେ ଜଳ ସେବା ଯୋଗାଇ ଏକ ସେବା କାର୍ଯ୍ୟ । ସମାଜର ସେବା କରିବା ଆମର ଦାୟତ୍ୱ ।"
 

ଇଟିଭି ଭାରତ, ଭୁବନେଶ୍ୱର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.