ସଂଗୀତ ଓ ସାହିତ୍ୟ ଚର୍ଚ୍ଚାରେ ଖୋକା ଭାଇଙ୍କୁ ଶ୍ରଦ୍ଧାଞ୍ଜଳି - ଅନୁଗୋଳରେ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧ ଦିବସ ପାଳନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 18, 2023, 4:13 PM IST

ଅନୁଗୋଳ: ସଙ୍ଗୀତ ଓ ସାହିତ୍ୟ ଆଲୋଚନାରେ ଖୋକା ଭାଇଙ୍କୁ ଶ୍ରଦ୍ଧାଞ୍ଜଳି । ସଙ୍ଗୀତ ଚର୍ଚ୍ଚା ସାଙ୍ଗକୁ ଗୀତ ପରିବେଷଣ ଭଳି ଏକ ନିଆରା କାର୍ଯ୍ୟକ୍ରମ କରି ଅନୁଗୋଳର ଏକ ଅନୁଷ୍ଠାନ ଓଡିଆ ସଙ୍ଗୀତର କାଳଜୟୀ ସ୍ରଷ୍ଟା ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।  

ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କୁ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି । ସ୍ୱର୍ଗତ ଖୋକା ଭାଇଙ୍କ ଶ୍ରାଦ୍ଧ ଦିବସରେ ତାଙ୍କରି ସଂଗୀତ ଓ ସାହିତ୍ୟ ଚର୍ଚ୍ଚାକୁ ନେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନୁଗୋଳବାସୀ । ଅକ୍ଷୟଙ୍କ ଚିର ସବୁଜ କୃତିକୁ ମନେପକାଇ ଅନୁଗୋଳ ସହରର ବହୁ ପୁରାତନ ଅନୁଷ୍ଠାନ ଫୋକସ ପକ୍ଷରୁ ପାଳିତ ହୋଇଛି ଅକ୍ଷୟ ସଂଗୀତ ଚର୍ଚ୍ଚା । ଓଡ଼ିଶାର ବହୁ ପ୍ରତିଭାବାନ କଣ୍ଠଶିଳ୍ପୀ ଏଠାରେ ଯୋଗଦେଇ ଅକ୍ଷୟ ମହାନ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଜିଲ୍ଲାର ବହୁ ଶିକ୍ଷାବିତ ଓ ସାହିତ୍ୟ ଅନୁରାଗୀ ଯୋଗଦେଇ ଅକ୍ଷୟଙ୍କ ସାହିତ୍ୟ ଓ ଆତ୍ମଜୀବନୀକୁ ଚର୍ଚ୍ଚା କରିଥିଲେ । ସହରର ମାରୱାଡି ଧର୍ମଶାଳା ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବହୁ ଅକ୍ଷୟ ପ୍ରେମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଅକ୍ଷୟଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସହର ପାଖ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ସମ୍ମାନିତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ......ଅନୁଗୋଳରେ ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କୁ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.