ପାର୍ଲାମେଣ୍ଟରେ ୫% ସଂରକ୍ଷଣକୁ ନେଇ କିନ୍ନରଙ୍କ ବିକ୍ଷୋଭ - ଲୋକସଭାରେ କିନ୍ନରଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ଦାବି
🎬 Watch Now: Feature Video
Published : Oct 22, 2023, 9:35 PM IST
ଭୁବନେଶ୍ବର: କିନ୍ନରଙ୍କ ପାଇଁ ସଂସଦରେ ୫ ପ୍ରତିଶତ ସଂରକ୍ଷଣକୁ ନେଇ ବିକ୍ଷୋଭ । ଟି.ଜି. ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଠାରେ ଏହି ବିକ୍ଷୋଭ ପଦର୍ଶନ କରାଯାଇଛି । କିନ୍ନରମାନେ ଏକାଠି ହୋଇ 2024 ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ଓ ଲୋକସଭାରେ କିନ୍ନରଙ୍କ ପାଇଁ ସଂରକ୍ଷଣ ବିଲ ଆଣିବା ପାଇଁ ଦାବି କରିଛନ୍ତି । ଆମେ ବି ମଣିଷ ଆମର ବି ସ୍ୱାଭିମାନ ଓ ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି ତେଣୁ ଆମ ପାଇଁ ବି ନିର୍ବାଚନରେ ସାମିଲ ହେବାର ସ୍ୱତନ୍ତ୍ର ଆଇନ ଆସୁ ଓ ବିଲ ପାରିତ ହେଉ ବୋଲି ଦାବି କରିଛନ୍ତି ।
ସେହିପରି ବିଧାନସଭା ଓ ସଂସଦରେ ସେମାନଙ୍କ ସମସ୍ୟା ଓ ସୁଵିଧା ସମ୍ପର୍କରେ କେବେ ମଧ୍ୟ ଆଲୋଚନା ହେଉନାହିଁ ବୋଲି ଅଭିଯୋଗ କରିବା ସହ ଉଦ୍ବେଗ ପ୍ରକାଶ କରିଛି କିନ୍ନର ସଂଘ । ଏହାକୁ ନେଇ କେବଳ ସର୍ବୋଚ୍ଚ ନ୍ୟାୟାଳୟ ନୁହେଁ ବରଂ ରାଜନୈତିକ ଦଳ ଗୁଡିକୁ ମଧ୍ୟ ସେମାନଙ୍କର ଦାବି ସମ୍ବଧରେ ସ୍ୱର ଉଠାଇବା ପାଇଁ ଅନୁରୋଧ କରିଛି ଟ୍ରଷ୍ଟ । ତେବେ ଟି.ଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କହିଛନ୍ତି ଯେ, ଯଦି ଅନ୍ୟ ସମ୍ପ୍ରଦାୟ ବିଲ ଭଳି କିନ୍ନର ଅଧିକାରର ବିଲ ପାରିତ ହୁଏ ତେବେ ସାମାଜିକ ସ୍ୱୀକୃତି ସହ ସେମାନେ ନିଜର ସହଭାଗୀତାକୁ ଜାହିର କରିପାରିବେ । ଏହାସହ ସ୍ୱାଭିମାନର ସହ ବଞ୍ଚିପାରିବେ ।
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବବିଦ୍ୟାଳୟରେ ଚମକିବେ ଦୀପା, ପ୍ରଫେସର ହେବା ପାଇଁ ପଢିବେ ପିଏଚଡି
ଇଟିଭି ଭାରତ, ଭୁବନେଶ୍ବର