କିଛିଦିନର ବ୍ୟବଧାନ ପରେ ପୁଣି କଲରାପତରିଆ ବାଘ ଆତଙ୍କ - ନୂଆପଡାରେ ବାଘ ଆତଙ୍କ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 30, 2023, 10:40 PM IST

ନୂଆପଡା: ପୁଣି କଲରାପତରିଆ ବାଘର ଆତଙ୍କ । କୁକୁଡାତାଲ ସଂରକ୍ଷିତ ଜଙ୍ଗଲରେ ଦେଖାଦେଇଛି ବାଘ । ବାଘକୁ ଦେଖି ଗାଁ ଲୋକେ ଆତଙ୍କିତ । ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ବନବିଭାଗ ସଚେତନତା ସୃଷ୍ଟି କରିଛନ୍ତି । ବନ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ଗାଁଲୋକେ ଦାବି କରିଛନ୍ତି ।

ଜିଲ୍ଲାରେ ପୁଣି ଦେଖାଦେଇଛି କଲରାପତରିଆ ବାଘର ଆତଙ୍କ । ଏଥର କୁକୁଡାତାଲ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ବାଘକୁ ଦେଖି ଗାଁ ଲୋକେ ଭୟବିତ ହେଉଛନ୍ତି । କୁକୁଡାତାଲ ସଂରକ୍ଷିତ ଜଙ୍ଗଲର ଶୀର୍ଷ ପଥର ଚଟାଣରେ ବାଘଟି ବସି ଥିବା ଆଜି ଗାଁ ଲୋକେ ଦେଖିଛନ୍ତି । ବାଘକୁ ଦେଖି କିଛି ଯୁବକ ନିଜ ମୋବାଇଲରେ ଫୋଟୋ ଉଠାଇଥିବା ପ୍ରକାଶ କରିଛନ୍ତି । ଖବର ପାଇ ନୂଆପଡା ବନବିଭାଗ କୁକୁଡାତାଲ ଗାଁକୁ ଯାଇଥିଲେ । ବାଘ ମୁହଁରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ବୁଝାସୁଝା କରିବା ସହିତ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ଜନ ସଚେତନତା ସୃଷ୍ଟି କରିଛନ୍ତି । ହେଲେ ଲୋକେ ବାଘକୁ ଦେଖି ଆତଙ୍କିତ ହୋଇ ପଡିଛନ୍ତି । କାରଣ ବିଗତ ଦିନରେ ବାଘ ଆକ୍ରମଣ ଘଟଣା ଲୋକଙ୍କ ମନରୁ ଏଯାଏଁ ଯାଇନାହିଁ । ବାଘ ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଚାଲିଥିବା ବିଷୟ କୁ ମନେ ପକାଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଗତ କିଛି ଦିନ ପୂର୍ବେ ଗୋଟିଏ କଲରାପତରିଆ ବାଘକୁ ବନ ବିଭାଗ ଯନ୍ତାରେ ଧରି ସମ୍ବଲପୁରକୁ ନେଇଯାଇଥିଲେ । ଆଜି ପୁଣି ଏକ କଲରାପତରିଆ ବାଘ ଦେଖାଦେବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଧନ ଜୀବନ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ଗାଁଲୋକେ ଦାବି କରିଛନ୍ତି । ଅପର ପକ୍ଷେ ବାଘ ଏବଂ ମଣିଷ ସମସ୍ତେ ସୁରକ୍ଷିତ ରହିଥିବା DFO ଶୁଶୀଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ....କ୍ୟାମେରା ଲେନ୍ସରେ କଳା ବାଘ, ଏପରି ପରାମର୍ଶ ଦେଲେ ପିସିସିଏଫ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.