ଦୁର୍ଘଟଣାରେ ତିନି ଛାତ୍ରଙ୍କ ମୃତ ଘଟଣା, ମୃତଦେହ ରଖି ରାସ୍ତା ଅବରୋଧ - ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

🎬 Watch Now: Feature Video

thumbnail

By

Published : Mar 22, 2023, 10:53 PM IST

ସୁବର୍ଣ୍ଣପୁର: ଶରଧାପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ତିନି ନୀରିହ ଛାତ୍ରଙ୍କ ଜୀବନ । ଛାତ୍ରମାନେ ବିଦ୍ୟାଳୟରୁ ବାହାରି ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଯାଉଥିବା ସ୍କର୍ପିଓ ଗାଡିଟି ଛାତ୍ରମାନଙ୍କୁ ପିଟି ଦେଇଥିଲା । ଜଣେ ଛାତ୍ର ଘଟଣାସ୍ଥଳରେ ହିଁ ପ୍ରାଣ ତ୍ୟାଗ କରିଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତ ଛାତ୍ର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିବା ବାଟରେ ହିଁ ମୃତ୍ୟୁ ହୋଇଥିଲା । ଛାତ୍ରଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ପରିବାର ସମେତ ସ୍ଥାନୀୟ ଲୋକେ ରାସ୍ତା ଉପରେ ମୃତଦେହ ରଖି ଧାରଣା ଦେଇଥିଲେ  । ମୃତ ଛାତ୍ରମାନଙ୍କ ପରିବାର ବର୍ଗଙ୍କୁ 20 ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବା ସହିତ ଗାଡି ମାଲିକ ଓ ଡ୍ରାଇଭର ବିରୁଦ୍ଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଜିଲ୍ଲା ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିସେମାନଙ୍କୁ ବୁଝାସୁଝା କରିଥିଲେ । ସଦର ଉପ ଜିଲ୍ଲାପାଳ ଆନ୍ଦୋଳନରତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ହେଲେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରଖିବେ ବୋଲି ପରିବାର ଲୋକେ କହିଥିଲେ  । ମୃତ ଛାତ୍ରମାନଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହା ସହିତ ଆହତ ଛାତ୍ରମାନଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରାଯାଇଛି । କ୍ଷତିପୂରଣ ରାଶି ଘୋଷଣା ପରେ ସ୍ଥାନୀୟ ଲୋକେ ଧାରଣାରୁ ଓହରିଲେ  । ଇଟିଭି ଭାରତ, ସୁବର୍ଣ୍ଣପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.