କେନ୍ଦ୍ରାପଡାରେ ସାଢ଼େ ତିନିକୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ, ଅନୁଭବଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା - ଅନୁଭବଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା
🎬 Watch Now: Feature Video
କେନ୍ଦ୍ରାପଡା: ଜିଲ୍ଲାରେ ଗୋଟିଏ ଦିନରେ ଲୋକାର୍ପଣ ହେଲା ତିନୋଟି ପ୍ରକଳ୍ପ । ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡା ମ୍ୟୁନିସିପାଲିଟି ଅଧିନସ୍ଥ ୧୩ ନମ୍ବର ୱାର୍ଡରେ ଥିବା ଆଦର୍ଶ ଶ୍ମଶାନ, ହଜାରୀ ବଗିଚାରେ ଥିବା ଆହାର ପ୍ରସ୍ତୁତ କେନ୍ଦ୍ର ଓ ଭ୍ରମରଦିଆ ପାଟଣା ନିକଟରେ ଥିବା ବିଜୁ ସ୍ମାର୍ଟ ପାର୍କକୁ ଉଦଘାଟନ କରାଯାଇଛି । ଏହି ଉଦଘାଟନି କାର୍ଯ୍ୟକ୍ରମରେ ଶିଳ୍ପ ଓ ଶକ୍ତିମନ୍ତ୍ରୀ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ସାମିଲ ହୋଇଥିବା ବେଳେ ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରାୟ ବର୍ଷେ ପରେ ଜିଲ୍ଲାର କିଛି ଉଦଘାଟନି କାର୍ଯ୍ୟକ୍ରମରେ ସାଂସଦ ସାମିଲ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ ଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ ଉଦଘାଟନି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଆଦର୍ଶ ସ୍ମଶାନ ପାଇଁ ଏକ କୋଟି ଓ ସ୍ମାର୍ଟ ପାର୍କ ପାଇଁ ଏକ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ଆହାର ପ୍ରସ୍ତୁତି କେନ୍ଦ୍ର ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି। ସ୍ମାର୍ଟ ପାର୍କରେ ୱାଚ ଟାୱାର,ୱାଟର ପାର୍କ, ମିଶନ ଶକ୍ତି କାଫେ ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି । ଅନ୍ୟପଟେ ଶିଳ୍ପ ବିହୀନ ଜିଲ୍ଲାର ଦୁର୍ନାମ ମୁଣ୍ଡାଇଥିବା କେନ୍ଦ୍ରାପଡା ଜିଲ୍ଲାରେ ଆର୍ସେଲର ମିତ୍ତଲ କମ୍ପାନୀ ଖୁବଶୀଘ୍ର ଶିଳ୍ପ ପ୍ରତିଷ୍ଠା କରିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ।
ଇଟିଭି ଭାରତ,କେନ୍ଦ୍ରାପଡା