thumbnail

ଚୈତ୍ର ପର୍ବର ତୃତୀୟ ମଙ୍ଗଳବାର, ସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ମା'

By

Published : Mar 28, 2023, 4:23 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ତୃତୀୟ ମଙ୍ଗଳବାରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏହି ଅବସରରେ ମା' ସରସ୍ୱତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ତୃତୀୟ ଚୈତ୍ର ପର୍ବରେ ହଜାରହଜାର ସଂଖ୍ୟାରେ ଶିଶୁମାନେ ମା'ଙ୍କ ପୀଠରେ ମୁଣ୍ଡନ କରିଛନ୍ତି ଏବଂ ମା'ଙ୍କ ଠାରେ ଭୋଗ ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଛି । ମା' ସରସ୍ୱତୀ ହେଉଛନ୍ତି ବିଦ୍ୟା ପ୍ରଦାୟିନୀ । ତେଣୁ ପ୍ରତ୍ୟେକ ପରିବାର ନିଜ ଶିଶୁଙ୍କୁ ନେଇ ତୃତୀୟ ମଙ୍ଗଳବାରରେ ମା'ଙ୍କ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି । ଚଳିତବର୍ଷ ଚୈତ୍ର ମାସରେ ଚାରୋଟି ମଙ୍ଗଳବାର ରହିଥିବା ବେଳେ ତୃତୀୟ ମଙ୍ଗଳବାର ହଜାର ହଜାର ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ  ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରଯାଇଥିଲା । ମା'ଙ୍କ ପୀଠରେ ଭୋରରୁ ରୀତିନୀତି ଅନୁଯାୟୀ ଦ୍ୱାର ଫିଟା, ଅବକାଶ, ମଙ୍ଗଳ ଆଳତୀ, ମଇଲମ ପରେ ପୂଜାର୍ଚ୍ଚନା ହୋଇଥିଲା । ପ୍ରଥମ ମଙ୍ଗଳବାରରେ ମା'ଙ୍କ ମହାକାଳୀ ବେଶ, ଦ୍ୱିତୀୟ ମଙ୍ଗଳବାର ମହାଲକ୍ଷ୍ମୀ, ତୃତୀୟ ମଙ୍ଗଳବାର ମହା ସରସ୍ଵତୀ ଏବଂ ଶେଷ ମଙ୍ଗଳବାରରେ ମା' ମହିଷାମର୍ଦ୍ଧିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ନିଷ୍ଠାର ସହ ମା'ଙ୍କୁ ଡାକିଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ଲୋକବିଶ୍ବାସ ରହିଛି ।  

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.