Tata Steel Plant Mishap: ଜାରି ରହିଛି ୧୯ ଆହତଙ୍କ ଚିକିତ୍ସା, ଜଣଙ୍କ ଅବସ୍ଥା ଗୁରୁତର

🎬 Watch Now: Feature Video

thumbnail

କଟକ: ଢେଙ୍କାନାଳ ମେରାମୁଣ୍ଡଳି ଟାଟା ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ ଫର୍ନେଶ ଫାଟିବା ଘଟଣା ।  ଗୁରୁତର ଆହତ ହୋଇଥିବା ୧୯ ଜଣ ଟାଟା ଷ୍ଟିଲ ପ୍ଲାଣ୍ଟ କର୍ମଚାରୀ କଟକ ଅଶ୍ବିନୀ ଟ୍ରମା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  ୧୮ ଜଣଙ୍କ ଶରୀର ପୋଡ଼ି ହୋଇଯାଇଥିବା ବେଳେ ଜଣଙ୍କ ହୃଦଘାତ ଜନିତ ସମସ୍ୟା ରହିଛି ।  ପୋଡ଼ି ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବାକି ୧୪ ଜଣଙ୍କୁ ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଆବଶ୍ୟକ ମୁତାବକ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।  

ଏହା ବି ପଢନ୍ତୁ- Mishap at Steel Plant: ଟାଟା ଷ୍ଟିଲ ପ୍ଲାଣ୍ଟରେ ଷ୍ଟିମ୍ ପାଇପ ଫାଟି ୧୯ ଗୁରୁତର

ଘଟଣାରେ ୧୯ ଜଣ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତି ଗୁରୁତର ହୋଇଥିବା ଯୋଗୁଁ ତାଙ୍କୁ ICUରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ଥିବା ଆହତଙ୍କ ୭୫ ପ୍ରତିଶତ ଶରୀର ପୋଡି ଯାଇଛି ଯାହା ଫଳରେ ତାଙ୍କର ଜୀବନ ପ୍ରତି ବିପଦ ଥିବା ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ICUରେ ଥିବା ଗୁରୁତରଙ୍କର ଶରୀର ୫୦ ପ୍ରତିଶତ ପୋଡି ଯାଇଥିବା ଅନ୍ୟ ଆହତମାନଙ୍କର ମୁଁହ, ହାତ, ଛାତି ଓ ପେଟ ପୋଡି ଯାଇଛି। ଯେହେତୁ ବର୍ଣ୍ଣ କେସ ରହିଛି ତେଣୁ ସମ୍ପୂର୍ଣ୍ଣ ଠିକ ହେବା ପାଇଁ ଅଧିକ ସମୟ ଲଗିବ । ସେହିଭଳି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଘରୋଇ ହସ୍ପିଟାଲରେ ଚିକିତ୍ସତ ଆହତମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ୧୯ଜଣ କଟକକୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ଅନ୍ୟପଟେ ଏହି ଘଟଣା ପାଇଁ କମ୍ପାନୀର ମ୍ୟାନେଜମେଣ୍ଟକୁ ଦାୟୀ କରିଛନ୍ତି ଆହତଙ୍କ ସମ୍ପର୍କୀୟ ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.