OAS ପରୀକ୍ଷାରେ 30 ରାଙ୍କ୍‌ରେ ଶ୍ୱେତଲିନା, ‘କୃଷି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟ’

By

Published : Aug 1, 2023, 5:49 PM IST

thumbnail

ନିଆଳି: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କଟକ ଜିଲ୍ଲା ନିଆଳି ବ୍ଲକ କୁଳଶ୍ରୀ ଗ୍ରାମର ଶ୍ୱେତଲିନା ସାହୁ ୩୦ତମ ସ୍ଥାନ ଅଧିକାର କରି ସମଗ୍ର ନିଆଳି ଅଞ୍ଚଳରେ ଗୌରବ ଅର୍ଜନ କରିଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଗାଁରୁ ଆରମ୍ଭ କରି ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି । ବାପାଙ୍କ ଅନୁପସ୍ଥିତି ମଧ୍ୟରେ ନିଜ ଅଦ୍ୟମ ଇଚ୍ଛାଶକ୍ତି ବଳରେ ସେ ସଫଳତା ଶୀର୍ଷରେ ପହଞ୍ଚି ପାରିଛନ୍ତି । ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଗଢି ତୋଳିବାକୁ ସଂକଳ୍ପ ନେଇଥିଲେ। ଶ୍ୱେତଲିନାଙ୍କ ବାପା ସ୍ବର୍ଗତ ସୁକାନ୍ତ ସାହୁ ଜଣେ ଆଦର୍ଶ ଶିକ୍ଷକ ଥିଲେ। କୁଲାଶ୍ରୀ ନିକଟ ଭାଲିଆକଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ।  ବାପାଙ୍କର ପ୍ରତ୍ୟେକଟି ବାକ୍ଯକୁ ମନ୍ତ୍ର ଭଳି ମାନୁଥିଲେ ଶ୍ୱେତଲିନା । ବାପାଙ୍କର ଉପଦେଶ ତାଙ୍କୁ ସଫଳ କରାଇଛି ବୋଲି କହିଛନ୍ତି ଶ୍ୱେତଲିନା ।  କୃଷକ ପରିବାର ହୋଇଥିବାରୁ କୃଷି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଶ୍ୱେତଲିନା ଲକ୍ଷ୍ୟ ରଖିଛନ୍ତି। 

ଅଧିକ ପଢ଼ନ୍ତୁ: OPSC Result: ୧୩ ନମ୍ବର ରାଙ୍କ୍‌ରେ ସୌମ୍ୟ ଶୁଭମ୍, IAS ପାଇଁ ଲକ୍ଷ୍ୟ

ଇଟିଭି ଭାରତ, ନିଆଳି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.