ନବରଙ୍ଗପୁର ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

🎬 Watch Now: Feature Video

thumbnail

ନବରଙ୍ଗପୁର: ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସ୍ଵଚ୍ଛତା ହିଁ ସେବା ଅଭିଯାନ ହାତକୁ ନେଇଛନ୍ତି ଲୋକ ପ୍ରତିନିଧି, ଶୀର୍ଷ ନେତାଏ ଓ ପଦାଧିକାରୀ । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନବରଙ୍ଗପୁରରେ ଥିବା କେନ୍ଦ୍ରୀୟ ପୋଲିସ ବଳ ବା CRPF ୧୨ ବାଟାଲିୟନ ପକ୍ଷରୁ ନବରଙ୍ଗପୁର ବସ୍‌ଷ୍ଟାଣ୍ଡ୍‌ଠାରେ ସ୍ଵଚ୍ଛତା ଅଭିଯାନ କରାଯାଇଥିଲା । CRPF ୧୨ ବାଟାଲିୟନର କମାଣ୍ଡା ଏନ.କେ.କେ. ପ୍ରସାଦଙ୍କ ତତ୍ବାବଧାନାରେ ଏହି ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାଟାଲିୟନର ସମସ୍ତ ଅଧିକାରୀ ଏବଂ ଯବାନଙ୍କ ସମେତ ନେହୁରୁ ଯୁବ କେନ୍ଦ୍ର ଓ ପୌର ପାଳିକାର କର୍ମଚାରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ଅଭିଯାନରେ ବସ୍‌ଷ୍ଟାଣ୍ଡରେ ସଫେଇ କରାଯିବା ସହ ପଲିଥିନ ମୁକ୍ତ କରଯାଇଥିଲା ।

ଏହା ମଧ୍ୟ ପଢନ୍ତୁ..ଖଣ୍ଡଗିରି ଓ ଉଦୟଗିରିରେ ସ୍ବଚ୍ଛତା ଅଭିଯାନ: ଝାଡୁ ଧରି ସଫେଇ କଲେ ରାଜ୍ୟପାଳ ଓ ସାଂସଦ

ଇଟିଭି ଭାରତ, ନବରଙ୍ଗପୁର

For All Latest Updates

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.