thumbnail

ବର୍ଷ ଆରମ୍ଭରୁ ବ୍ୟାଟିଂ ଧାର ଦେଖାଇଲେ SKY, ଦ୍ରାବିଡ କହିଲେ ଆଗକୁ ବଢୁଛନ୍ତି ଯୁବ ବ୍ୟାଟର

By

Published : Jan 8, 2023, 6:40 PM IST

Updated : Feb 3, 2023, 8:38 PM IST

ରାଜକୋଟ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଉଚ୍ଚକୋଟୀର ପ୍ରଦର୍ଶନ କରି ବ୍ୟାଟିଂର ଧାର ଦେଖାଇଛନ୍ତି SKY । ୨୦୨୩ ବର୍ଷରେ ଭାରତୀୟ କ୍ରିକେଟର ଭାବରେ ପ୍ରଥମ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ଭୁୟସୀ ପ୍ରଶଂସା କରିଛନ୍ତି । ମ୍ୟାଚ୍‌ ଶେଷ ହେବା ପରେ ରାହୁଲ ଦ୍ରାବିଡ SKYଙ୍କୁ କହିଛନ୍ତି "ମୁଁ ବ୍ୟାଟିଂ କରୁଥିବାର ସୂର୍ଯ୍ୟ ପିଲାବେଳେ କେବେ ଦେଖିନଥିବେ । ଏହାର ଉତ୍ତର ଦେଇ SKY ଖୁବ ଜୋରରେ ହସିବାକୁ ଲାଗିଥିଲେ । ଏହାପରେ ସୂର୍ଯ୍ୟକୁମାର ତାଙ୍କ ସଫଳତାର ଶ୍ରେୟ ପରିବାରବର୍ଗ ଓ ସାଙ୍ଗସାଥୀକୁ ଦେଇଥିଲେ ।"
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.