ଉତ୍ତର କେରଳ ଟେରର ହବ, ଦାବି ଦୋହରାଇଲେ କେରଳ ଷ୍ଟୋରୀ ମେକର୍ସ - କେରଳ ଷ୍ଟୋରୀ ନିର୍ଦ୍ଦେଶକ ସୁଦୀପ୍ତ ସେନ
🎬 Watch Now: Feature Video
ନୂଆଦିଲ୍ଲୀ: ‘ଦି କେରଳ ଷ୍ଚୋରୀ’କୁ ନେଇ ପୁଣି ଥରେ ନିଜ ଦାବି ଦୋହରାଛି ଫିଲ୍ମର ପ୍ରଯୋଜନା ସଂସ୍ଥା । ଆଜି ମୁମ୍ବାଇରେ ଆୟୋଜିତ ଏକ ପ୍ରେସମିଟରେ ମୁଭିର ପ୍ରଯୋଜକ ଓ ନିର୍ଦ୍ଦେଶକ କେରଳରେ ଧର୍ମ ପରିବର୍ତ୍ତନ ଓ ଆତଙ୍କତବାଦ ଆଧାରିତ ତାଙ୍କ ସିନେମାର ସତ୍ୟତା ଉପରେ ନିଜର ପୂର୍ବ ଦାବି ଦୋହରାଇଛନ୍ତି । ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତ ସେନ କହିଛନ୍ତି, କେରଳର ଦୁଇ ପ୍ରଚାର ଛବି ରହିଛି । ଗୋଟିଏରେ କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ, ବ୍ୟାକଓ୍ବାଟର ଓ ସଂସ୍କୃତିକ ଝଲକ ଦେଖାଯାଉଥିବା ବେଳେ ଆଉ ଗୋଟିଏ ଛବି ଠିକ ସିନେମାରେ ଦେଖାଯାଇଥିବା ପରି । ଏବେ ମଧ୍ୟ ଦକ୍ଷିଣ କର୍ଣ୍ଣାଟକ ଓ ମାଙ୍ଗାଲୋରକୁ ସଲଗ୍ନ କରୁଥିବା ଉତ୍ତର-କେରଳର କିଛି ଅଂଶ ଟେରର ହବ ଭାବେ ରହିଛି । ସାମ୍ବାଦିକମାନେ ଚଳଚିତ୍ର ପୃଷ୍ଠଭୂମିର ସତ୍ୟତା ସମ୍ପର୍କରେ ପ୍ରଶ୍ନ କରିବା ପୂର୍ବରୁ ଉତ୍ତର କେରଳର ମାଲାପୁରମ, କାଶୋରଗୋଡ ପରି ଅଞ୍ଚଳର ସ୍ଥିତି ପରଖନ୍ତୁ ବୋଲି ସୁଦୀପ୍ତ କହିଛନ୍ତି । ଶୁଣନ୍ତୁ କ’ଣ ଥିଲା ନିର୍ମାତା ଓ ନିର୍ଦ୍ଦେଶକଙ୍କ ଦାବି...