ବାଲୁକା କଳାରେ ନିଳାଦ୍ରୀ ବିଜେ ଓ ରସଗୋଲା ଦିବସ - ରସଗୋଲା ଦିବସ
🎬 Watch Now: Feature Video
ପୁରୀ: ବାଲୁକା କଳାରେ ନିଳାଦ୍ରୀ ବିଜେ ଓ ରସଗୋଲା ଦିବସର ଶୁଭେଚ୍ଛା । ବାଲୁକା ଚିତ୍ରରେ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମନାଉଛନ୍ତି କାଳିଆ ଠାକୁର । ନିଳାଦ୍ରୀ ବିଜେର ଏହି ସୁନ୍ଦର ବଲୁକା ଚିତ୍ରକଳା କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ମହାପ୍ରଭୁଙ୍କ ରଥଯାତ୍ରାର ଶେଷ ନୀତି ହେଉଛି ନୀଳାଦ୍ରି ବିଜେ । ମହାପ୍ରଭୁ ରଥ ଉପରୁ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବେ । ଗୋଟି ପହଣ୍ଡିରେ ମହାପ୍ରଭୁ ଶ୍ରୀ ମନ୍ଦିରକୁ ବିଜେ କରିବେ । ତେବେ ମହାପ୍ରଭୁ ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ଯେତେବେଳେ ପହଞ୍ଚିବେ ଲକ୍ଷ୍ମୀ ଠାକୁରାଣୀ କବାଟ ବନ୍ଦ କରି ଦେବେ । ରଥଯାତ୍ରାରେ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ କେବଳ ଭାଇ ଭଉଣୀଙ୍କୁ ଧରି ଶ୍ରୀ ଗୁଣ୍ଡିଚା ଯାତ୍ରା କରିଥିଲେ ମହାପ୍ରଭୁ । ତେବେ ପରମ୍ପରା ଅନୁଯାୟୀ ମହାପ୍ରଭୁ ପତ୍ନୀ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରାଇବା ପାଇଁ ରସଗୋଲା ଖୁଆଇବେ । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଭକ୍ତ । ଏହି ଦିବସକୁ ଓଡ଼ିଶାବାସୀ କିଛି ବର୍ଷ ହେବ ରସଗୋଲା ଦିବସ ଭାବେ ପାଳନ କରିଆସୁଛନ୍ତି । ମହାପ୍ରଭୁଙ୍କୁ ନୀଳାଦ୍ରି ବିଜେ ଦିବସରେ ହଜାର ହଜାର ଭକ୍ତ ରସଗୋଲା ଭୋଗ କରିଥାନ୍ତି ।
ଇଟିଭି ଭାରତ, ପୁରୀ