WATCH: ଅଜବ ପରମ୍ପରା, ପ୍ରସାଦରେ ଶ୍ରଦ୍ଧାଳୁ ଖାଇଲେ ୧୫୦୦ କେଜି ମଟନ୍
🎬 Watch Now: Feature Video
ଚେନ୍ନାଇ: ତାମିଲନାଡୁ ଠୁଥୁକୁଡି ଜିଲ୍ଲାର ତିରୁଚେନ୍ଦୁରଠାରେ ଅଜବ ପରମ୍ପରା । ପ୍ରସାଦରେ ମାଂସ ଭାତ ଖାଇଲେ ଶ୍ରଦ୍ଧାଳୁ । ଏଠାରେ ସୁଦାଲାଇ ଅଣ୍ଡାଭର କୋଡାଇ ଉତ୍ସବ ପାଳନ ହେଉଥିବା ବେଲେ ଏକ ଦେବୀ ମନ୍ଦିରରେ ପ୍ରସାଦ ପାଇଁ ବରାଦ ହୋଇଥିଲା ଦେଢ ଟନ୍ ମଟନ୍ । ଗତ ୨୫ ତାରିଖରେ ଏହି ଉତ୍ସବ ପାଳିତ ହୋଇଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ପ୍ରସାଦର ଆୟୋଜନ ହୋଇଥିଲା । ଶ୍ରଦ୍ଧାଳୁମାନେ ପ୍ରସାଦରେ ମଟନ ଭାତ ଖାଇଥିଲେ । ତେବେ ମଦୁରାଇ ନିକଟରେ ଏହି ପର୍ବ ବେଶ ଲୋକପ୍ରିୟ । ଏହାକୁ ସୁଦଲାଇ ଅଣ୍ଡାଭର ସହିତ ମାୟାଣ୍ଡି, ଓଲିମୁଥୁ, ମୁଣ୍ଡାସାମି ନାମରେ ଜଣାଯାଏ । ପ୍ରତିବର୍ଷ ଏହି ପର୍ବ ପାଳନ ହେଉଥିବା ବେଳେ ରାଜ୍ୟର ଅନେକ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ଆଉ ପ୍ରସାଦରେ ମାଂସ ଭାତ ଖାଇ ଯାଉଥିବାର ଦେଖିବାକୁ ମିଳେ । ତାମିଲ କ୍ୟାଲେଣ୍ଡରର ଆଡି(Aadi) ମାସରେ ଏହି ପର୍ବ ପାଳିତ ହୋଇଥାଏ ।