ଚନ୍ଦ୍ରଯାନ-3ର ସଫଳତା ପାଇଁ ଗୀତ ଗାଇଲେ ଛାତ୍ରୀ

By ETV Bharat Odisha Team

Published : Aug 23, 2023, 6:20 PM IST

thumbnail

ଭୁବନେଶ୍ବର: ଚନ୍ଦ୍ରରେ ପାଦ ଥାପିଲା ଚନ୍ଦ୍ରଯାନ-3  । ଭାରତ ନୂଆ ଇତିହାସ ରଚିଛି । ଏହି ସଫଳତା ପାଇଁ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି । ଚନ୍ଦ୍ରଯାନ-3ର ସଫଳତା ନେଇ ପିଲା ଠାରୁ ବୁଢା ସମସ୍ତେ ପ୍ରର୍ଥନା କରୁଥିବା ବେଳେ ଭିନ୍ନ ଭନ୍ନ ଢଙ୍ଗରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ଦେଶବାସୀ । କିଏ ନୃତ୍ୟ ମାଧ୍ୟମରେ ତ କିଏ ସଂଗୀତ ମାଧ୍ୟମରେ । ତେବେ ଏହି ଅବସରରେ ଓଡ଼ିଶାର ବିଭିନ୍ନ କୋଣାନୁକୋଣରୁ ଛାତ୍ରୀ ନିଜ ସଂଗୀତ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।  

ଅଧିକ ପଢନ୍ତୁ: Chandrayaan-3 soft-landing: ଆଜି ଚନ୍ଦ୍ରଯାନ-3ର ଅବତରଣ, ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶ୍ବର ନଜର

ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂରେ ଭାରତ ଇତିହାସ ରଚିଛି । ଋଷ, ଆମେରିକା ଚୀନ ପରେ ଭାରତ 4ର୍ଥ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ସଫଳ ହୋଇଛି । ଆଜି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନର ଅବତରଣ କରିଛି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.