କଟକରେ ରାଷ୍ଟ୍ରପତିଙ୍କର ଦିନଟିଏ, ଏମିତି କହିଲେ ଛାତ୍ରଛାତ୍ରୀ- ବୁଦ୍ଧିଜୀବୀ - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
🎬 Watch Now: Feature Video
କଟକ: ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ରହିଥିବା ମହାମହିମ ରାଷ୍ଟ୍ରପତି ଆଜି କଟକ ଗସ୍ତରେ ରହିଛନ୍ତି । ତେବେ କଟକ ଗସ୍ତ ସମୟରେ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଲୋକ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ଆଉ ରାଷ୍ଟ୍ରପତି ମଧ୍ୟ ସମସ୍ତଙ୍କୁ ହାତ ହଲାଇ ସ୍ବାଗତ ଗ୍ରହଣ କରିଥିଲେ । କଟକ ଆସିବା ପରେ ରାଷ୍ଟ୍ରପତି ପ୍ରଥମେ କଟକଚଣ୍ଡୀ ମନ୍ଦିର ପହଞ୍ଚି ମା'ଙ୍କୁ ଦର୍ଶନ କରିଥିଲେ । ଏହି ସମୟରେ ହୁଳହୁଳିରେ କମ୍ପି ଉଠିଥିଲା ମନ୍ଦିର ପରିବେଶ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମଧ୍ୟ ମା'ଙ୍କ ଦର୍ଶନ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ; ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ କହିଲେ ରାଷ୍ଟ୍ରପତି
ତେବେ ଚଣ୍ଡୀଛକଠାରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଲୋକ ପ୍ରବଳ ଭିଡ଼ ଜମାଇଥିବା ବେଳେ ଗାଡ଼ି ଧୀରେଧୀରେ ଅଟକିଥିଲା ଲୋକଙ୍କ ନିକଟରେ । ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ ହ୍ୟାଣ୍ଡସାକ୍ କରିଥିଲେ । କେବଳ ସେତିକି ନୁହେଁ, ରାଷ୍ଟ୍ରପତି ସମସ୍ତଙ୍କ ପାଖକୁ ଯିବାକୁ ଚେଷ୍ଟା ମଧ୍ୟ କରିଥିଲେ । ମାତ୍ର ପ୍ରବଳ ଭିଡ ଯୋଗୁଁ ଏହା ସମ୍ଭବ ହୋଇନଥିଲା । ତେବେ ରାଷ୍ଟ୍ରପତିଙ୍କୁ ଅତି ନିକଟରୁ ଦେଖି ଅନେକ ଲୋକ ବେଶ ଖୁସି ପ୍ରକଟ କରିଥିବା ବେଳେ ଆଉ କେହି ରାଷ୍ଟ୍ରପତିଙ୍କୁ ଦେଖି ନପାରି ନିରାଶ ହୋଇଥିଲେ । ଶୈଳବାଳା କଲେଜର କିଛି ଛାତ୍ରୀ ନିଜ କଲେଜରେ ରାଷ୍ଟ୍ରପତିଙ୍କୁ ଦେଖିନପାରି ଇଣ୍ଡୋର ଆସି ସେଠାରେ ବି ନିରାଶ ହୋଇଥିବା କହିଛନ୍ତି । ଅନ୍ୟପଟେ ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ତ୍ବରିତ ନ୍ୟାୟ ପ୍ରଦାନ ନେଇ ଯେଉଁ ଭାଷଣ ଦେଇଛନ୍ତି, ତାହାକୁ ନେଇ ଅନେକ ବୁଦ୍ଧିଜୀବୀ ବିଶେଷକରି ବରିଷ୍ଠ ଆଇନଜୀବୀ ବେଶ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, କଟକ