ରାଜ୍ୟସ୍ତରୀୟ ପରବ ଉତ୍ସବ, ମୁଖ୍ୟ ଆକର୍ଷଣ ପାଲଟିବ ଇଣ୍ଡିଆ ଗେଟ

By

Published : Dec 17, 2022, 10:31 AM IST

Updated : Feb 3, 2023, 8:36 PM IST

thumbnail

କୋରାପୁଟ: ଆଜି ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପରବର ରୌପ୍ୟ ଜୟନ୍ତୀ ପାଳନ ହେବ । ଏହି ଅବସରରେ ଓଡ଼ିଶା ଆଇନ ତଥା ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ଥର ପରବ ଉତ୍ସବରେ ମୁଖ୍ୟ ଆକର୍ଷଣ ପାଲଟିବ ଇଣ୍ଡିଆ ଗେଟ । ଏଥିପାଇଁ ବିଶାଳ ଆକୃତିର ତୋରଣ ତିଆରି କରାଯାଇଛି । ଅନ୍ୟପଟେ ଅରମାସ ଦ୍ଵାରା ଆୟୋଜିତ ପଲ୍ଲୀଶ୍ରୀ ମେଳାରେ 350ଟି ଷ୍ଟଲ ଖୋଲାଯାଇଥିବା ବେଳେ ଏଥିରେ ବିଭିନ୍ନ ଜିଲ୍ଲା ତଥା ରାଜ୍ୟରୁ ଆସି ଉତ୍ପାଦିତ ଦ୍ରବ୍ୟର ବ୍ୟବସାୟ କରିବେ । ତେବେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁର ଲେମନ ଗ୍ରାସ ତେଲ ତଥା ବାଉଁଶରେ ତିଆରି ବିଭିନ୍ନ ଉପକରଣ ସାଙ୍ଗକୁ ଲକ୍ଷ୍ମୀପୁର ବ୍ଲକର ହଳଦୀ, ସାବୁନ ଏବଂ କୋଟିଆର ଝାଡୁ ଓ କୋଟପାଡ଼ ଅଞ୍ଚଳର କଳାଜିରା ଚାଉଳ ବିଶେଷ ଆକର୍ଷଣ ରହିବ । ଇଟିଭି ଭାରତ, କୋରାପୁଟ

Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.