କଟକରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାସ୍କେଟ୍ବଲ୍ ପ୍ରତିଯୋଗିତା - କଟକରେ ରାଜ୍ୟସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା
🎬 Watch Now: Feature Video
Published : Oct 9, 2023, 6:43 AM IST
କଟକ: ଆରମ୍ଭ ହେଲା ରାଜ୍ୟସ୍ତରୀୟ ସିନିୟର ବାସ୍କେଟ ବଲ ପ୍ରତିଯୋଗିତା । ଓଡ଼ିଶା ବାସ୍କେଟ ବଲ ସଂଘ ଆନୁକୁଲ୍ୟରେ ଆଜିଠାରୁ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ 64ତମ ମହିଳା ଓ ପୁରୁଷ ବସ୍କେଟ୍ ବଲ ପ୍ରତିଯୋଗିତା ଆରମ୍ଭ ହୋଇଛି । 4 ଦିନ ଧରି ଚାଲିବାକୁ ଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ 29ଟି ପୁରୁଷ ଦଳ 19ଟି ମହିଳା ଦଳ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।
ତେବେ ଏହି ପ୍ରତିଯୋଗିତାରୁ ଓଡ଼ିଶା ଦଳ ପାଇଁ ମହିଳା ଓ ପୁରୁଷ ଖେଳାଳି ଚୟନ କରାଯିବ । ଯେଉଁମାନେ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ବସ୍କେଟ୍ ବଲ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ । ମନୋନୀତ ମହିଳା ଓ ପୁରୁଷ ଖେଳାଳିମାନଙ୍କୁ ଅଭିଜ୍ଞ କୋଚ୍ଙ୍କ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଆଜି ସନ୍ଧ୍ୟାରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ 64ତମ ସିନିୟର୍ ରାଜ୍ୟସ୍ତରୀୟ ପୁରୁଷ ମହିଳା ବସ୍କେଟ୍ ବଲ୍ ପ୍ରତିଯୋଗିତାକୁ ଉଦଘାଟନ କରି କହିଛନ୍ତି, "ଏସିଆନ ପ୍ରତିଯୋଗିତାରେ ଭାରତ ସଫଳତା ନିଶ୍ଚିତ ଭାବରେ ଓଡ଼ିଶାର ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିବ ।"
ଏହା ମଧ୍ୟ ପଢ଼ନ୍ତୁ...ବାସ୍କେଟ ବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଯାପିତ, ବାଳକରେ ଭୁବନେଶ୍ୱର ଓ ବାଳିକା ବର୍ଗରେ କଟକ ଚମ୍ପିଆନ
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବସ୍କେଟ୍ ବଲ ଆସୋସିଏସନ୍ ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ସ୍ଵାଗତ ଭାଷଣ ଦେଇ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ । ଆସୋସିଏସନର ସଭାପତି ଜ୍ଞାନରଞ୍ଜନ ପରିଡ଼ା ଉଦଘାଟନୀ ଉତ୍ସବରେ ସଭାପତିତ୍ବ କରିଥିଲେ । ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚ୍ରେ ଖୋର୍ଦ୍ଧା ଟିମ ଭୁବନେଶ୍ୱରକୁ ଟିମ୍କୁ ଭେଟିଥିଲା । ତେବେ ଆଗାମୀ ଦିନରେ ବାସ୍କେଟ୍ବଲ ମେଗା ପ୍ରତିଯୋଗିତା କଟକରେ ଖେଳାଯିବ ବୋଲି କହିଛନ୍ତି ରାଜ୍ୟ ସମ୍ପାଦକ ।
ଇଟିଭି ଭାରତ, କଟକ