ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି ଶିକ୍ଷାରମାନ: ତଥାଗତ ସତପଥୀ - ପୂର୍ବତନ ସାଂସଦ ତଥାଗତ ସତପଥୀ
🎬 Watch Now: Feature Video
ଖୋର୍ଦ୍ଧା: ଶିକ୍ଷାରମାନ ବୃଦ୍ଧିର ସମୟ ଆସିଛି । ରାଜ୍ୟରେ ଦ୍ରୁତ ଗତିରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାରମାନ ହ୍ରାସ ପାଉଛି । ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅଭାବ ଏହାର ଏକ ପ୍ରମୁଖ କାରଣ ପାଲଟିଛି । ଏଥିପାଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଭଲ ଛାତ୍ରଛାତ୍ରୀ ବାହାରୁ ନାହାନ୍ତି । ରାଜ୍ୟରେ ପ୍ରତିଦିନ ବଡ଼ବଡ଼ ଶିକ୍ଷାନୁଷ୍ଠାନ ଖୋଲୁଥିବା ବେଳେ ସରକାରୀ ଶିକ୍ଷା ଅନୁଷ୍ଠାନରେ ପଢିବ କିଏ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ । ଏହିପରି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ କେବଳ ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ଉର୍ଦ୍ଧିଷ୍ଟ ବୋଲି କହି ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଆଙ୍ଗୁଳି ଦେଖାଇଛନ୍ତି ତଥାଗତ ସତପଥୀ । ଆଜି ଜଟଣୀ ଅଗ୍ରୱାଲା ଧର୍ମଶାଳା ପରିସରରେ ଆୟୋଜିତ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ସାଂସଦ ତଥାଗତ ସତପଥୀ ମତ ଦେଇଛନ୍ତି । ଏକ ସାମାଜିକ ସଂଗଠନ ପକ୍ଷରୁ ଆଜି 450 ଜଣ ଆର୍ଥିକ ଦୁର୍ବଳ ମେଧାବୀ ଯେଉଁମାନେ ଯୁକ୍ତ ଦୁଇ ଠାରୁ ମେଡ଼ିକାଲ, NIT, ଇଞ୍ଜିନିୟରିଂ ଭଳି ଶିକ୍ଷା ନେବାକୁ ଇଚ୍ଛୁକ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ପାଠ୍ୟପୁସ୍ତକ, ସାଇକେଲ, ଡ୍ରେସ, ଅର୍ଥରାଶି ଆଦି ଏହି ଅବସରରେ ପ୍ରଦାନ କରାଯାଇଥିଲା । ଦୀର୍ଘ 16 ବର୍ଷ ଧରି ଏହି ଫାଉଣ୍ଡେସନ ଆର୍ଥିକ ଅନଗ୍ରସରଙ୍କ ସହାରା ପାଲଟି ଆସିଛି ।
ଇଟିଭି ଭାରତ ଖୋର୍ଦ୍ଧା