Kedarnath Dham: ପ୍ରଥମ ଦିନରେ ଅସମ୍ଭାଳ ଭିଡ଼, ଭକ୍ତଙ୍କ ମଧ୍ୟରେ ଠେଲାପେଲା - କେଦାରନାଥ ଧାମରେ ଅସମ୍ଭାଳ ଭିଡ଼
🎬 Watch Now: Feature Video
ଡେରାଡୁନ: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି କେଦାରନାଥ ଯାତ୍ରା । ସକାଳ ପ୍ରାୟ ୬.୨୦ରୁ ବାବାଙ୍କ ଦ୍ବାର ଫିଟା ହୋଇଥିଲା । ମନ୍ଦିରର ମୁଖ୍ୟ ପୂଜକ ଜଗଦଗୁରୁ ରାୱଲ ଭୀମା ଶଙ୍କର ଲିଙ୍ଗ ଶିବଚାର୍ଯ୍ୟଙ୍କ ଦ୍ବାରା ଫାଟକ ଖୋଲାଯାଥିଲା । ଦୀର୍ଘ ସମୟର ବ୍ୟବଧାନ ପରେ ବାବାଙ୍କ ଦର୍ଶନ ପାଇବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ପ୍ରବଳ ଭିଡ଼ ଥିବାରୁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ମନ୍ଦିର ପରିସରରେ ନିୟୋଜିତ ସୁରକ୍ଷାକର୍ମୀ ସ୍ଥିତି ନିୟନ୍ତ୍ରଣ କରିଥିଲେ । ଫଳରେ କୌଣସି ପ୍ରକାର ଅଘଟଣରୁ ଏଡ଼ାଇ ଦିଆଯାଇଥିଲା । ଚାରିଧାମ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଛି । ଢୋଲ ଏବଂ ଶଙ୍ଖନାଦରେ କମ୍ପୁଛି ମନ୍ଦିର ପରିସର । ଏହି ଅବସରରେ ପ୍ରାୟ ୨୦ କ୍ବିଣ୍ଟାଲ ଫୁଲରେ ମନ୍ଦିର ପରିସରକୁ ସଜାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷରୁ ଅଧିକ ଭକ୍ତ କେଦାରନାଥ ଯାତ୍ରା ପାଇଁ ପଞ୍ଜିକରଣ କରିଛନ୍ତି ।