ଗଣପତିଙ୍କ ବିସର୍ଜନରେ ଡିଜେର ବିକଟାଳ ଶବ୍ଦ ବନ୍ଦ କରାଇଲେ ଏସପି - balasore news
🎬 Watch Now: Feature Video
Published : Sep 23, 2023, 9:10 AM IST
ବାଲେଶ୍ଵର: ଅଗ୍ରପୂଜ୍ୟଙ୍କ ପୂଜା ସରିଛି,ବର୍ତ୍ତମାନ ମେଲାଣି ନେବା ସମୟ ଆସିଛି । ତେଣୁ ଗାଁ ଠାରୁ ଆରମ୍ଭ କରି ସହର ସବୁଠି ଡିଜେର ଉଚ୍ଚ ଶବ୍ଦରେ ଫାଟି ପଡୁଛି । ସେହିଭଳି ବାଲେଶ୍ଵର ସହରରେ ୨ଦିନ ଧରି ଚାଲିଛି ଗଣପତିଙ୍କ ବିସର୍ଜନ ଉତ୍ସବ । ଉଚ୍ଚ ଶବ୍ଦରେ ଡିଜେ ବାଜିବା ଓ ଭିଡ଼ ନିୟନ୍ତ୍ରଣ କରିଛନ୍ତି ନିଜେ ବାଲେଶ୍ଵର ଏସପି ସାଗରିକା ନାଥ । ଡିଜେ ଗୁଡିକୁ ତାଗିଦ କରି ସାଉଣ୍ଡ କମ୍ କରିବା ପାଇଁ ନିର୍ଦ୍ଦେଶ ଦେବାସହ ନିଜେ ପୁରା ଭସାଣି ଉତ୍ସବର ତଦାରଖ କରିଥିଲେ ।
ଗତକାଲି (ଗୁରୁବାର) ପ୍ରଥମ ପର୍ଯ୍ୟାୟ ଭସାଣି ଉତ୍ସବରେ ସହରର ସିନେମା ଛକରୁ ମୋତିଗଞ୍ଜ ଅଞ୍ଚଳ ଯାଏ ପ୍ରବଳ ଶବ୍ଦରେ ଡିଜେ ବଜାଇବା ସହ ଭିଡ଼ ଲାଗି ରହିଥିଲା । ଯାହାଦ୍ୱାରା ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନପ୍ରଭାବ ପକାଇଥିଲା । ଏହାକୁ ଦୃଷ୍ଟିରେ ରଖି ଗତକାଲି (ଶୁକ୍ରବାର) ଦ୍ଵିତୀୟ ଦିନର ଭସାଣି ଉତ୍ସବରେ ସେହିପରି ଉଚ୍ଚ ଶବ୍ଦରେ ଡିଜେ ବାଜିବା ଓ ଭିଡ଼ ଦେଖିବାକୁ ମିଳିଥିବା, ଯାହାଦ୍ବରା ନିଜେ ବାଲେଶ୍ଵର ଏସପି ସାଗରିକା ନାଥ ଏହାର ତଦାରଖ କରିଥିବା ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ...ମହାପ୍ରଭୁଙ୍କ ଆଶିଷ ଲାଭ କଲେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ
ପ୍ରକାଶ ଥାଉକି, ଜିଲ୍ଲାପ୍ରଶାସନ ଓ ଶାନ୍ତିକମିଟିର ପୂର୍ବ ନିଷ୍ପତ୍ତି ଅନୁସାରେ ଗଣେଶ ପୂଜାର ଭସାଣି ଉତ୍ସବ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ମୂର୍ତ୍ତି ବିସର୍ଜନ ପାଇଁ ସହର ଉପକଣ୍ଠ ନୁଣିଆଯୋଡ଼ି ଓ ବାଲିଘାଟକୁ ନିଆଯାଇଥିଲା । ଶୋଭାଯାତ୍ରାର ଭିଡ଼ ଅତ୍ୟଧିକ ଦେଖିବାକୁ ମିଳିଥିଲା । ଯାହାଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତରେ ସମସ୍ୟା ଉପୁଜିଥିଲା । ତେବେ ଶାନ୍ତ କମିଟି ବୈଠକରେ ଶବ୍ଦ ପ୍ରଦୂଷଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଶଦ୍ଦ ପ୍ରଦୂଷଣରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ରବିବାର ସୁଦ୍ଧା ବାକି ସମସ୍ତ କ୍ଲବର ମେଢ଼ ବିସର୍ଜନ ପାଇଁ ନିଷ୍ପତ୍ତି ହୋଇଛି ।
ଇଟିଭି ଭାରତ,ବାଲେଶ୍ଵର