thumbnail

G20 Delhi Summit: ବିଶ୍ବଗୁରୁଙ୍କ ଗହଣରେ ବିଶ୍ବନେତା !

By ETV Bharat Odisha Team

Published : Sep 11, 2023, 10:03 PM IST

ନୂଆଦିଲ୍ଲୀ: ଶେଷ ହୋଇଛି G20  ଶିଖର ସମ୍ମିଳନୀ । ସଫଳ ଆୟୋଜନ ଓ  ଭାରତର ଆଥିତେୟତା ନେଇ ଏବେ ଭାରତର ପ୍ରଶଂସାରେ ବିଶ୍ବନେତା । G20 ଭାରତର ଦମଦାର ନେତୃ୍ତ୍ବକୁ ସମସ୍ତ ରାଷ୍ଟ୍ର ସାଲ୍ୟୁଟ କରୁଛନ୍ତି । ଖାଲି ସଫଳ ଆୟୋଜନ ପାଇଁ ନୁହେଁ... ଭାରତ ଦେଶୀ ଖାଦ୍ୟ, ପାନୀୟ, କଳା, ସଂସ୍କୃତି, ଐତିହ୍ୟ, ପରାମ୍ପରା ଦେଖି ଆଶ୍ଚମ୍ଭିତ ବିଶ୍ବନେତା । ବିବିଦ୍ଧତା ମଧ୍ୟରେ ଭାରତର ଏକତାର ଗୌରବ ଗାଥା ଦେଖିଛନ୍ତି G20 ଲିଡର୍ସ ।  ଭାରତ  ସରକାର ମଧ୍ୟ ବିଦେଶୀ ଅତିଥୀଙ୍କ ଭାରତ ଗସ୍ତ ଯେଭଳି ସ୍ମରଣୀୟ ରହିବ ସେଥିପାଇଁ ସ୍ବତନ୍ତ୍ର ଉପହାର ଦେଇଛନ୍ତି । ଏହାସହ ଭାରତ ମଧ୍ୟ G20 ଅଧ୍ୟକ୍ଷତା କରି ଦେଶର ଦକ୍ଷତା ଦେଖାଇଛି । ଜି20ରେ ସାମିଲ ହୋଇଥିବା ଏକାଧିକ ରାଷ୍ଟ୍ର ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ବାଲାଂଦେଶ, ୟୁଏଇ  ମରିସ ଭଳି ରାଷ୍ଟ୍ର ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ପ୍ରଟୋକଲ ଦୃଷ୍ଟିକୋଣରୁ ସମ୍ମିଳନୀ ବେଳେ ବହୁ ଦୃଶ୍ୟ ସାମନାକୁ ଆସିନଥିଲେ ମଧ୍ୟ ଏବେ ଧୀରେ ଧୀରେ ଆସିବାରେ ଲାଗିଛି । ଦେଖନ୍ତୁ  ଶିଖର ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ କିଛି ଅନ୍ଦାଜ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.