Kedarnath Yatra: ଦେବଭୂମିରେ ଆରମ୍ଭ ହେବ ଚାରିଧାମ ଯାତ୍ରା, କେଦାରନାଥ ଧାମ ମାର୍ଗରୁ ହଟୁଛି ବରଫ

By

Published : Mar 15, 2023, 8:24 AM IST

thumbnail

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି ଚାରିଧାମ ଯାତ୍ରା । ଚାରିଧାମ ଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ବିଶେଷକରି ପବିତ୍ର କେଦାରନାଥ ଧାମ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । କାରଣ କେଦାରଧାମ ଯାଏଁ ଯାଉଥିବା ମାର୍ଗ ସମ୍ପୂର୍ଣ୍ଣ ବରଫାବୃତ୍ତ ରହିଛି । ରାସ୍ତା ଉପରେ ପ୍ରାୟ ୫ ଫୁଟ ଯାଏଁ ଜମି ରହିଛି ବଡ ବଡ ବରଫ ଖଣ୍ଡ । ସେଥିପାଇଁ ଏଠାରେ ବରଫ ହଟାଇବା କାର୍ଯ୍ୟ ଜାରି ରହିଛି । ୫୦ରୁ ଅଧିକ ଶ୍ରମିକ ୧୦ ଫୁଟରୁ ଅଧିକ ଉଚ୍ଚତାର ବରଫ ଖଣ୍ଡ ଗୁଡିକୁ କାଟି ରାସ୍ତା ସଫା କରୁଛନ୍ତି । କେଦାରନାଥ ଧାମରୁ ୭ କିଲୋମିଟର ପର୍ଯ୍ୟନ୍ତ ପାଦଚଲା ରାସ୍ତାରୁ ବଡ ବଡ ବରଫ ଖଣ୍ଡ ଗୁଡିକୁ ସଫା କରାଯାଇଛି  । ଯାହାଫଳରେ ତୀର୍ଥଯାତ୍ରୀମାନେ ସହଜରେ ବାବା କେଦାରନାଥଙ୍କ ଦର୍ଶନ ଲାଭ କରିପାରିବେ ଏବଂ ଘୋଡା ଓ ଖଚ୍ଚରରେ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ପରିବହନ ହୋଇପାରିବ  ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.