thumbnail

ବୌଦ୍ଧର ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ ଉଦଯାପିତ

By ETV Bharat Odisha Team

Published : Dec 28, 2023, 1:45 PM IST

Shree Jagannath Leela Mahotshav: ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ ଉଦଯାପିତ ହୋଇଯାଇଛି । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ଆଧ୍ୟାତ୍ମିକ ମହୋତ୍ସବରେ ମୁଖ୍ୟ ଆକର୍ଷଣ ଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲ୍ଲଭ 32 ବେଶ ସହିତ ସ୍ବତନ୍ତ୍ର ଆନନ୍ଦ ବଜାର । ଯାହାକି ଦ୍ବିତୀୟ ଶ୍ରୀକ୍ଷେତ୍ରର ଭ୍ରମ ସୃଷ୍ଟି କରିଥିଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ଅନେକ ବୈଷ୍ଣବୀୟ ସଂସ୍କୃତିର ପୀଠ ତଥା ଶ୍ରୀଜଗନ୍ନାଥ ମନ୍ଦିର । ତେବେ ସଦର ମହକୁମା ଗଡଖାଇ ନିକଟରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ମନ୍ଦିରରେ ଆୟୋଜିତ ହୋଇଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ମହୋତ୍ସବ । ଏଥିରେ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ 32 ବେଶ ସ୍ବତନ୍ତ୍ର ଭାବରେ ପ୍ରଦର୍ଶିତ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ 'ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ', ସୃଷ୍ଟି କରୁଛି ଶ୍ରୀକ୍ଷେତ୍ରର ଭ୍ରମ

ଏହି ମହୋତ୍ସବରେ ଜିଲ୍ଲା ତଥା ରାଜ୍ୟର ଅନେକ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବୁଧବାର ଏହି ଲୀଳା ମହୋତ୍ସବ ଉଦଯାପିତ ହୋଇଥିବା ବେଳେ ଶେଷ ଦିନରେ ପ୍ରବଳ ଜନସମାଗମ ଦେଖଇବାକୁ ମିଳିଥିଲା । ଶ୍ରୀଜଗନ୍ନାଥ ମନ୍ଦିରର ସ୍ବତନ୍ତ୍ର ଆନନ୍ଦ ବଜାରରେ ବଡ଼ ଠାକୁରଙ୍କ ପ୍ରିୟ ଖେଚୁଡ଼ି ଭୋଗ ଓ ଟଙ୍କ ତୋରାଣି ପାଇଁ ଶ୍ରଦ୍ଧାଳୁମାନେ ବେଶ ଆଗ୍ରହ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କ ଠାରୁ ନେଇ ଶତାୟୁ ବୃଦ୍ଧ ବୃଦ୍ଧାମାନେ ବଡ଼ ଠାକୁରଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପହଞ୍ଚିଥିଲେ । ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଯୋଗୁଁ କନ୍ଧମାଳ ସାଂସଦ ଠାକୁର ଦର୍ଶନ ସହିତ ଏନେଇ ଆନନ୍ଦ ପ୍ରକାଶ କରିଥିଲେ । 

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.